Report Card Odisha

| Daily Odia News

ସିନ୍ଧୁ ନଦୀ ଜଳ ରାଜିନାମାରେ ସଂଶୋଧନ ପାଇଁ ପାକିସ୍ତାନକୁ ନୋଟିସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନଦୀ ଜଳ ରାଜିନାମାରେ ସଂଶୋଧନ ଲାଗି ଭାରତ ପକ୍ଷରୁ ପାକିସ୍ତାନକୁ ନୋଟିସ ପଠାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜିନାମାର ସମୀକ୍ଷା ସହିତ ଏଥିରେ କିଛି ମୌଳିକ ପରିବର୍ତ୍ତନ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ନୋଟିସରେ ଦର୍ଶାଯାଇଛି। ପୂର୍ବରୁ ମଧ୍ୟରେ ୨୦୨୩ ଜାନୁୟାରୀରେ ଭାରତ ପକ୍ଷରୁ ଅନୁରୂପ ଏକ ନୋଟିସ ପଠାଯାଇଥିଲା। ରାଜିନାମା କାର୍ଯ୍ୟକାରିତାରେ ସହଯୋଗ କରିବା କ୍ଷେତ୍ରରେ ପାକିସ୍ତାନର ବିଫଳତା ଯୋଗୁ ଭାରତ ଏହି ନୋଟିସ ପଠାଇଥିଲା। ଦୁଇ ଦେଶ ମଧ୍ୟରେ ସିନ୍ଧୁ ନଦୀ ଜଳ ଆବଣ୍ଟନ ଲାଗି ୧୯୬୦ରେ ଏହି ରାଜିନାମା ସ୍ଵାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ, ପୂର୍ବରେ ଥିବା ସତଲେଜ, ବିୟାସ ଏବଂ ରବି ନଦୀର ପ୍ରାୟ ୩୩ ନିୟୁତ ଏକର ଫୁଟ (ଏମଏଏଫ) ଜଳ ଭାରତର ବ୍ୟବହାର ପାଇଁ ଆବଣ୍ଟିତ ହୋଇଥିବାବେଳେ ପଶ୍ଚିମରେ ଥିବା ସିନ୍ଧୁ, ଝେଲମ ଏବଂ ଚେନାବ ନଦୀର ୧୩୫ ଏମଏଏଫ ଜଳ ବ୍ୟବହାର ଲାଗି ପାକିସ୍ତାନକୁ ଅନୁମତି ଦିଆଯାଇଛି। ପଶ୍ଚିମାଞ୍ଚଳରେ ଥିବା ନଦୀରେ ଜଳବିଦ୍ୟୁତ ଉତ୍ପାଦନ କରିବା ଲାଗି ମଧ୍ୟ ଚୁକ୍ତିରେ ଭାରତକୁ ଅଧିକାର ଦିଆଯାଇଛି। ଆବଶ୍ୟକ ସ୍ଥଳେ ଡ୍ୟାମର ଡିଜାଇନକୁ ନେଇ ପାକିସ୍ତାନ ଆପତ୍ତି ଉଠାଇ ପାରିବ ବୋଲି ମଧ୍ୟ କୁହାଯାଇଛି। କିନ୍ତୁ ଭାରତର କିଛି ଡ୍ୟାମ ନିର୍ମାଣକୁ ପାକିସ୍ତାନ ବିରୋଧ କରିଆସୁଛି।

Breaking News