ରିପୋର୍ଟ କାର୍ଡ / କଟକ
ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ମ୍ୟାଚ ପାଇଁ ବାରବାଟୀ ପ୍ରସ୍ତୁତ। ଆଜିଠୁ କାଉଣ୍ଟରରେ ଟିକେଟ୍ ମିଳିବ । ସ୍ଥାୟୀ ନିର୍ମିତ କାଉଣ୍ଟର ସହ ଚଳିତ ଥର ଅଫଲାଇନ ଟିକେଟ ବିକ୍ରି ପାଇଁ ୩ଟି ନୂଆ କାଉଣ୍ଟରରେ ମଧ୍ୟ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ଜଣେ ବ୍ୟକ୍ତି ଦୁଇଟି ଲେଖାଏଁ ଟିକେଟ କିଣି ପାରିବେ। ତେବେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଦୁଇଟି କାଉଣ୍ଟର କରାଯାଇଛି । ସକାଳ ୯ଟାରୁ ଟିକେଟ ଶେଷ ହେବା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ ୧୨,୦୯୩ ଟିକଟ ଉପଲବ୍ଧ ହେବ। ସେଥିରୁ ୧୩୬୨ ଦାମି ଟିକେଟ ଏବଂ ୧୦,୭୩୧ ଗ୍ୟାଲେରି ଟିକେଟ୍ ବିକ୍ରୟ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି । କର୍ପୋରେଟ ବକ୍ସର ଟିକେଟ ଏଥର କାଉଣ୍ଟରରେ ମିଳିବ ନାହିଁ ବୋଲି କୁହାଯାଉଛି। ସେପଟେ ଅନ ଲାଇନ ବୁକ ହୋଇଥିବା ୫ ହଜାର ଟିକେଟ ମଧ୍ୟ ଗୁରୁବାରଠାରୁ ମିଳିବ। ଏଥିପାଇଁ କ୍ୟାମ୍ବ୍ରିଜ ସ୍କୁଲ ଓ ଖ୍ରୀଷ୍ଟ କଲିଜିଏଟ ସ୍କୁଲରେ ତିନୋଟି ଲେଖାଏଁ କାଉଣ୍ଟର କରାଯାଇଛି । ଟିକଟ ବିକ୍ରିକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଓ ସିଏମ୍ ସି ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ହାତକୁ ନିଆଯାଇଛି। ପୋଲିସ୍ ପକ୍ଷରୁ କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..