ରିପୋର୍ଟ କାର୍ଡ / ଖୋର୍ଦ୍ଧା
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ| ଯୁବତୀ ଜଣକ ଇଂଜନପୁର ଗାଁର ଏବଂ ଯୁବକ ବାଣପୁର ଥାନା ଅନ୍ତର୍ଗତ ବିଷ୍ଣୁଡିହର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା। କିନ୍ତୁ କାହିଁକି ଆତ୍ମହତ୍ୟା କଲେ ତାର କାରଣ ସ୍ପଷ୍ଟ ହୋଇନାହିଁ। ଏପରିକି ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି। ଉଭୟେ ବିଷ୍ଣୁଡିହ ଗାଁର ପାଣିଟାଙ୍କି ନିକଟରେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କୁ ପ୍ରଥମେ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଜଣଙ୍କୁ ଭୁବନେଶ୍ୱର ଏବଂ ଅନ୍ୟ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..