Report Card Odisha

| Daily Odia News

ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ଟିକିଆ ଟି- ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ୩ଟି ଯାକ ଟି- ଟ୍ୱେଣ୍ଟି ପାଇଁ ପଲ୍ଲେକେଲରେ ମୁହାଁମୁହିଁ ହେବେ ଉଭୟ ଦଳ। ସେପଟେ ଶ୍ରୀଲଙ୍କା ଟିମର କପ୍ତାନୀ ମଧ୍ୟ ନୂଆ ହାତରେ ରହିଛି। ଟି- ଟ୍ୱେଣ୍ଟି ଟିମ୍‌ର କପ୍ତାନ ହେବେ ଚରିଥ ଅସଲଙ୍କା। ଆଜି, ଆସନ୍ତାକାଲି ଓ ୩୦ ତାରିଖରେ ୩ଟି ଟି- ଟ୍ୱେଣ୍ଟି ପରେ, ୩ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯିବ। କଲମ୍ବୋରେ ଖେଳାଯିବାକୁ ଥିବା ଏହି ସିରିଜରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ ଟିମ୍ ଇଣ୍ଡିଆ। ଉଭୟ ଟି-୨୦ ଓ ୱାନ୍ ଡେ ପାଇଁ ଶୁବମନ୍ ଗିଲ୍ ହୋଇଛନ୍ତି ଉପଅଧିନାୟକ। ଆଇପିଏଲ୍‌ରେ ପ୍ରଶିକ୍ଷକ ଓ ମେଣ୍ଟର ଅଭିଜ୍ଞତା ରଖିଥିବା ଦୁଇ ଥର ବିଶ୍ୱବିଜେତା ଗମ୍ଭୀରଙ୍କ ପାଇଁ ଆଗାମୀ ୨୦୨୬ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଲାଗି ଦୃଢ଼ ଦଳ ଗଠନ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅନ୍ୟପକ୍ଷରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଅବସର ନେଇଥିବା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ୱ ସ୍ଥାନ ନେବା ସୂର୍ଯ୍ୟଙ୍କ ପାଇଁ ଆହ୍ୱାନ ରହିଛି। ‌

Breaking News