Report Card Odisha

| Daily Odia News

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଯୋଗୁ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିଛି…..

Dehradun, Dec 09 (ANI): Union Home Minister Amit Shah addresses the concluding session of Uttarakhand Global Investors Summit 2023, in Dehradun on Saturday. (ANI Photo)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୫ ମସିହା ଶେଷ ସୁଦ୍ଧା ଭାରତ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ ହେବ। ଉତ୍ତରାଖଣ୍ଡ ବିଶ୍ବ ନିବେଶକ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ବ ଯୋଗୁ ଗତ ୧ ଦଶନ୍ଧି ମଧ୍ୟରେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ବହୁମାତ୍ରାରେ ଆଗକୁ ବଢ଼ିଛି। ଆଜି ଭାରତକୁ ସାରା ବିଶ୍ବ ଆଶାର ସହିତ ଅନାଉଛି। ୨୦୧୪ରୁ ୨୦୨୩ ମଧ୍ୟରେ ଭାରତ ବିଶ୍ବର ଏକାଦଶ ବୃହତ୍‌ ଅର୍ଥନୀତିରୁ ପଞ୍ଚମ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ଗତ ୭୫ ବର୍ଷର ସ୍ବାଧୀନ ଭାରତ ଇତିହାସରେ ଦେଶ ଏତେ ବଡ଼ ଲମ୍ଫ କେବେ ପ୍ରଦାନ କରି ନଥିଲା। ମୋଦୀଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ବ ଏବଂ ଦୂରଦୃଷ୍ଟିକୁ ବାସ୍ତବତାରେ ପରିଣତ କରିବା ଦକ୍ଷତା ଯୋଗୁ ଏହା ସମ୍ଭବ ହୋଇପାରିଛି। ଜଳବାୟୁ ପରିବର୍ତ୍ତନ ବିରୋଧରେ ଚାଲିଥିବା ଆନ୍ଦୋଳନର ନେତୃତ୍ବ ଆଜି ମୋଦୀ ନେଉଛନ୍ତି। ଏଥିସହିତ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ବିଶ୍ବ ଜିଡିପି ଅଭିବୃଦ୍ଧିର ମନ୍ଥରତାକୁ ରୋକିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଶାହ କହିଛନ୍ତି।

Breaking News