ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉଜ୍ବେକିସ୍ତାନର ଐତିହାସିକ ସହର ସମରକନ୍ଦରେ ଅନୁଷ୍ଠିତ ଏସ୍ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମୁହାଁମୁହିଁ ହୋଇଥିଲେ। ଏହି ସମ୍ମିଳନୀରେ ମୋଦୀ କହିଛନ୍ତି ଯେ, ସଂଗଠନର ସବୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଭରସାକୁ ଭାରତ ସମର୍ଥନ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିଥିବା ବେଳେ ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରାଇସି, ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାଭ୍କତ ମିର୍ଜିୟୋଭ୍ ଏବଂ ତୁର୍କୀ ରାଷ୍ଟ୍ରପତି ତାୟିପ୍ ଏର୍ଦୋଗାନଙ୍କୁ ମଧ୍ୟ ଭେଟିଥିଲେ। ୨୦୨୩ ଏସ୍ସିଓ ସମ୍ମିଳନୀ ଭାରତରେ ଆୟୋଜନ ହେବ | ଏସ୍ସିଓ ନୂଆ ସଭାପତି ଭାରତକୁ ଚୀନ୍ ଏବଂ ରୁଷ୍ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ଭାରତକୁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି କହିଛନ୍ତି |






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..