Report Card Odisha

| Daily Odia News

ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରୁଛି ଭାରତ | ୧୪ଟି ଦେଶ ବ୍ୟତୀତ ଅନ୍ୟ ଦେଶ ପାଇଁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ସରକାର ଅନୁମତି ଦେଇଛନ୍ତି। କରୋନା ପାଇଁ ବିଦେଶକୁ ଯାତ୍ରା ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ଏହି କଟକଣାକୁ ହଟାଇଛନ୍ତି ସରକାର। ଡିସେମ୍ବର ୧୫ରୁ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଫିନଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚୀନ୍, ମରିସସ୍, ସିଙ୍ଗାପୁର, ବାଂଲାଦେଶ, ବୋତସ୍ୱାନା, ଜିମ୍ବାୱେ ଏବଂ ନ୍ୟୁଜିଲାଣ୍ଡ ବ୍ୟତୀତ ଅବଶିଷ୍ଟ ଦେଶ ପାଇଁ ନିୟମିତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । କରୋନା ଭୂତାଣୁର ନୂତନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ଆରମ୍ଭ ହେବା ପରେ ଭାରତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲା। ପରେ ବନ୍ଦେ ଭାରତ ବିମାନ ଏବଂ ବବଲ ଚୁକ୍ତି ମାଧ୍ୟମରେ ବିମାନ ସେବା ଆରମ୍ଭ ହୋଇଥିଲା। ତେବେ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଅନୁମତି ମିଳିନଥିବା ୧୪ଟି ଦେଶକୁ ବବଲ ଚୁକ୍ତି ଅନୁଯାୟୀ ଅନ୍ତର୍ଜାତୀୟ ବିମାନ ସେବା ଜାରି ରହିବ।

 

Breaking News