ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ଓ ଫ୍ରାନ୍ସ ମଧ୍ୟରେ ଅସ୍ତ୍ରଶସ୍ତ୍ରକୁ ନେଇ ଏକ ବଡ଼ ଚୁକ୍ତି ହେବାକୁ ଯାଉଛି | କାରଣ ଯୁଦ୍ଧାସ୍ତ୍ର ସହ ତାହାର ଟେକନଲୋଜୀ ମଧ୍ୟ ଦେବାକୁ ଫ୍ରାନ୍ସ ରାଜି ହୋଇଛି । ଅସ୍ତ୍ରଶସ୍ତ୍ର ବିକ୍ରୟ କରୁଥିବା ଦେଶମାନେ ଯେତେବେଳେ ଟେକ୍ନୋଲୋଜି ଟ୍ରାନ୍ସଫର (ଟିଓଟି) କଥା ଆସେ, ସେମାନେ ଦ୍ୱିଧାଗ୍ରସ୍ତ ହୋଇଯାଆନ୍ତି ଏବଂ ଟିଓଟି ପାଇଁ ସହଜରେ ପ୍ରସ୍ତୁତ ହୁଅନ୍ତି ନାହିଁ । କିନ୍ତୁ ଭାରତ ଏବେ ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ଦେଶଗୁଡ଼ିକୁ କହୁଛି ଯେ ଆମକୁ କେବଳ ଅସ୍ତ୍ରଶସ୍ତ୍ର ର ଆବଶ୍ୟକତା ନାହିଁ, ବରଂ ଆମକୁ ଟେକ୍ନୋଲୋଜି ହସ୍ତାନ୍ତର ମଧ୍ୟ ଆବଶ୍ୟକ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଅଧୀନରେ ଅସ୍ତ୍ରଶସ୍ତ୍ର କିମ୍ବା ଉପକରଣର କିଛି ଅଂଶ ଭାରତରେ ମଧ୍ୟ ଉତ୍ପାଦନ କରାଯିବା ଉଚିତ୍ । ଭାରତର ଏହି ସର୍ତ୍ତକୁ ଆମେରିକା ଗ୍ରହଣ କରିନଥିବାବେଳେ ଫ୍ରାନ୍ସ ରାଜି ହୋଇଛି । ୧୦୦% ଟେକ୍ନୋଲୋଜି ହସ୍ତାନ୍ତର ସହିତ ୧୧୦ କିଲୋ ନ୍ୟୁଟନ୍ ଥ୍ରଷ୍ଟ ଯୁଦ୍ଧ ବିମାନ ଇଞ୍ଜିନ ଭାରତକୁ ଯୋଗାଇବାକୁ ଫ୍ରାନ୍ସ ପ୍ରସ୍ତୁତ ଅଛି । ଅଣ୍ଡରୱାଟର ଡ୍ରୋନ୍ ଏବଂ ପରମାଣୁ ବୁଡ଼ାଜାହାଜ ଯୋଗାଇବା ପାଇଁ ମଧ୍ୟ ଫ୍ରାନ୍ସ ପ୍ରସ୍ତୁତ ରହିଛି। ୧୦୦% ଟେକ୍ନୋଲୋଜି ହସ୍ତାନ୍ତର ସହିତ ୧୧୦ କିଲୋ ନ୍ୟୁଟନ୍ ଥ୍ରଷ୍ଟ ଯୁଦ୍ଧ ବିମାନ ଇଞ୍ଜିନ ଭାରତକୁ ଯୋଗାଇବାକୁ ଫ୍ରାନ୍ସ ପ୍ରସ୍ତୁତ ଅଛି । ଅଣ୍ଡରୱାଟର ଡ୍ରୋନ୍ ଏବଂ ପରମାଣୁ ବୁଡ଼ାଜାହାଜ ଯୋଗାଇବା ପାଇଁ ମଧ୍ୟ ଫ୍ରାନ୍ସ ପ୍ରସ୍ତୁତ ରହିଛି। ଏବେ ଏନଏସଏ ଅଜିତ ଡୋଭାଲ ଏହି ଚୁକ୍ତିରେ ମୋହର ଲଗାଇବାକୁ ଫ୍ରାନ୍ସ ଯିବେ । ଯେକୌଣସି ବଡ଼ ଅସ୍ତ୍ର ଶସ୍ତ୍ର ପାଇଁ ଶତ ପ୍ରତିଶତ ଟେକ୍ନୋଲୋଜି ହସ୍ତାନ୍ତର କରିବା ଏକ ବଡ଼ କଥା, କିନ୍ତୁ ଫ୍ରାନ୍ସ ଏଥିପାଇଁ ପ୍ରସ୍ତୁତ ଅଛି।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..