ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବାୟୁସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ଜମ୍ମୁ-କାଶ୍ମୀରର ଗୁରେଜ୍ ସେକ୍ଟର ବରାଉମ୍ ଅଞ୍ଚଳରେ ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଉତ୍ତର କାଶ୍ମୀରର ବାନ୍ଦୀପୋରା ଜିଲ୍ଲାର ଗୁରେଜର ତୁଲେଲ ଅଞ୍ଚଳରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ କହିବାନୁଯାୟୀ, ଗୁରେଜ ଘାଟୀର ଗୁଜରାନ୍ ନାଲା ଅଞ୍ଚଳରେ ସେନା ହେଲିକପ୍ଟର ଯାଉଥିଲା। ହଠାତ ଏହା ଖରାପ ହୋଇ ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁଯାୟୀ, ପାଇଲଟ୍ ଓ ସହ ପାଇଲଟ୍ କୁ ଖୋଜା ଯାଉଛି। ଦୁର୍ଘଟଣାଗ୍ରସ୍ତ ବରାଫାବୃତ ଅଞ୍ଚଳରେ ତଲାସି ଅଭିଯାନ ଟିମ ପହଞ୍ଚିଛନ୍ତି।






More Stories
ଦିଲ୍ଲୀ ବୋମା ବିସ୍ଫୋରଣ: ରହିଛି ଓଡିଶା ଲିଙ୍କ୍!….
ଚୀନକୁ ଆମେରିକାର ଖୋଲା ଚେତାବନୀ…..
ସରକାରଙ୍କ ବଡ଼ ଘୋଷଣା:ତେଲ-ଗ୍ୟାସ ସପ୍ଲାଏରେ…..