ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ମୃତ୍ୟୁ ଆସିଲା ଭାଇଭଉଣୀକୁ ସାଙ୍ଗରେ ନେଇ ଗଲା | ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ| ଆଜି ଭାଇଭଉଣୀ ଖେଳୁଥିବା ସମୟରେ ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ଉଭୟ ମୃତକ ସମ୍ପର୍କୀୟ ଭାଇ ଭଉଣୀ ହୋଇଥିବା ବେଳେ ସେମାନଙ୍କ ବୟସ ୫ ବର୍ଷ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବହୁ ଖୋଜାଖୋଜି କରିବା ପରେ ବାଡିପଟ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..