Report Card Odisha

| Daily Odia News

ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାମ୍ମୁ କାଶ୍ମୀରର କଠୁଆ ରଞ୍ଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟିଛି । ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏବେ ସବୁ ପରିସ୍ଥିତିର ଯାଞ୍ଚ ଚାଲିଛି । ସୂଚନାନୁ ଅନୁଯାୟୀ ଅଗଷ୍ଟ ୩ ତାରିଖ ସକାଳ ପ୍ରାୟ ୧୦.୨୦ସମୟରେ ଭାରତୀୟ ସେନା ୨୫୪ ଆର୍ମି ଏଭିଏନ୍ ସ୍କ୍ୱାର୍ଡନ ହେଲିକପ୍ଟର ମାମୁନ୍ କ୍ୟାଣ୍ଟରୁ ଉଡ଼ାଣ ଭରିଥିଲା । ହେଲିକପ୍ଟରଟି ଡ୍ୟାମ ଅଞ୍ଚଳ ନିକଟରେ ଏକ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ରାଉଣ୍ଡ ନେବା ସମୟରେ ଡ୍ୟାମରେ ଖସିପଡିଥିଲା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ନଡିଆରଏଫ ଟିମ । କଠୁଆ ଜିଲ୍ଲା ଏସଏସପି ଆରସି କୋଟୱାଲଙ୍କ ଅନୁଯାୟୀ, ଡାଇଭରମାନେ ବର୍ତ୍ତମାନ ହ୍ରଦରେ ପଶି ଉଦ୍ଧାର କରୁଛନ୍ତି । ହେଲିକପ୍ଟରରେ କେତେ ଲୋକ ଥିଲେ, କେତେ କ୍ଷୟକ୍ଷତି ହୋଇଛି ଏନେଇ କୌଣସି ସୂଚନା ମିଳିପାରିନି ।

Breaking News