Report Card Odisha

| Daily Odia News

କୋଟିପତି ବ୍ୟବସାୟୀଙ୍କୁ ‘ଡିନର୍‌’ ପାଇଁ ନିମନ୍ତ୍ରଣ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସେପ୍ଟେମ୍ବର ୯ ତାରିଖରୁ ସ୍ଥାନୀୟ ପ୍ରଗତି ମଇଦାନରେ ନବ ନିର୍ମିତ ଭାରତ ମଣ୍ଡପରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ବର ଏକାଧିକ ରାଷ୍ଟ୍ରମୁଖ୍ୟ ଭାରତ ଆସୁଥିବା ବେଳେ ସେମାନଙ୍କର ଆତିଥ୍ୟକୁ ନେଇ ଭାରତ ସରକାର ବେଶ ତତ୍ପର ହୋଇସାରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଳୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ରାତ୍ରଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ସେପ୍ଟେମ୍ବର ୯ ତାରିଖ ରାତ୍ରଭୋଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଦେଶର କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କୁମାର ମଙ୍ଗଲମ ବିର୍ଲା, ଏନ୍‌ ଚନ୍ଦ୍ରଶେଖରନ୍‌ ଓ ସୁନୀଲ ମିତଲଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଏହି ରାତ୍ରଭୋଜନ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ବୋଲି ସୂଚନା ରହିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ ୫୦୦ ବ୍ୟବସାୟୀଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ଅନେକ ବଡ଼ ବଡ଼ ଶିଳ୍ପପତି ଯୋଗ ଦେବେ। ଏହି ରାତ୍ରୀ ଭୋଜନରେ ଭାରତରେ ବ୍ୟବସାୟ ଏବଂ ପୁଞ୍ଜି ବିନିଯୋଗର ସୁଯୋଗକୁ ଆଉ ଏକ ସୁଯୋଗ ପ୍ରଦାନ କରାଯିବ ବୋଲି ବିଶ୍ୱାସ କରାଯାଉଛି। ଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ। ଅତିଥିମାନଙ୍କୁ ଦିଆଯାଉଥିବା ଖାଦ୍ୟ ମେନୁରେ ମାଣ୍ଡିଆ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ସୂଚନା ରହିଛି। ଚଳିତବର୍ଷ ଜି-୨୦ର ନେତୃତ୍ୱ ନେଉଥିବା ଭାରତ ଏହାକୁ ନେଇ ପ୍ରସ୍ତୁତି ଜୋର୍‌ଦାର୍‌ କରିଛି। ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଉଥିବା ପ୍ରମୁଖ ନେତାମାନେ କେଉଁଠାରେ ରଖିବେ ତାହାର ମଧ୍ୟ ଉତ୍ତମ ବନ୍ଦୋବସ୍ତ ହୋଇଛି।

Breaking News