Report Card Odisha

| Daily Odia News

ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟ ପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ନାମକ ଏକ ଭାରତୀୟ ଡଙ୍ଗା। ଏଥିରେ ୧୪ ଜଣ ଭାରତୀୟ କ୍ରୁ-ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡିବା ପରେ ଆମେରିକା ନୌସେନା, ଭାରତୀୟ ନୌସେନା ଏବଂ ଏକ ବାଣିଜ୍ୟକ ଜାହାଜ ମିଳିତ ସହଯୋଗରେ ଉଦ୍ଧାର କରିଥିଲେ। ଖବର ପାଇ ଭାରତୀୟ ନୌସେନା ପକ୍ଷରୁ ଏକ ବାଣିଜ୍ୟ ଜାହାଜ ସାହାଯ୍ୟରେ ବଡ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।ସୂଚନା ମୁତାବକ,ଡଙ୍ଗାରେ ଓମାନର ରସ ଅଲ ସମୁଦ୍ର ଠାରୁ ପ୍ରାୟ ୮୦ ମାଇଲ ପୂର୍ବରେ ଫସିଥିଲେ। ଯାହାପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା ।ଖବର ମୁତାବକ, ଆମେରିକା ନୌସେନାକୁ ରବିବାର ସକାଳେ ଖବର ମିଳିଥିଲା । ଏହାପରେ ଆମେରିକା ନୌସେନା ତଟୀୟ ଅଧିକାରୀ ଏବଂ ଭାରତୀୟ ନୌସେନାକୁ ଆଲର୍ଟ ଜାରି କରିଥିଲେ । ଆମେରିକା ନୌସେନାର ତଟୀୟ ଅଧିକାରୀ ଏବଂ ଭାରତୀୟ ନୌସେନା ଆଲର୍ଟ ଜାରି କରିଛି । ଆମେରିକା ନୌସେନାର ପି-୮ ସମୁଦ୍ରକୁ ବିମାନ ଜରିଆରେ ପହଞ୍ଚି ଏକ ଲାଇଫ ରାଫ୍ଟ ପକାଇ ରେସକ୍ୟୁ ଅପରେସନ କରିଥିଲା । ଉଦ୍ଧାର ଅଭିଯାନରେ ପାଖରେ ଯାଉଥିବା ଏକ ବାଣିଜ୍ୟକ ଜାହାଜ ମଧ୍ୟ ସାମିଲ ହୋଇଥିଲା । ଏହି ଜାହାଜ ସୋହାରରୁ ମୁମ୍ବାଇ ଯାଉଥିଲା । ଆମେରିକା ପି-୮ ବିମାନର ଅନୁରୋଧକ୍ରମେ ବୁଡିଯାଉଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର ପାଇଁ କୁହାଯାଇଥିଲା ।

Breaking News