ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ।
ସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ୨୦ ଜୁନ ପୂର୍ବାହ୍ନ ୧୧ଟା ୫ ମିନିଟରେ ମୟୁରଭଞ୍ଜର ପାହାଡ଼ପୁର ହେଲିପ୍ୟାଡ୍ରେ ଅବତରଣ କରିବେ। ସେଠାରୁ ୧୧ଟା ୧୫ ମିନିଟରେ ଗୋଷାଣୀ ପୀଠକୁ ଯାଇ ଦର୍ଶନ କରିବେ। ପାହାଡ଼ପୁର ଅଞ୍ଚଳରେ ପ୍ରାୟ ଘଣ୍ଟାଏ ସମୟ ବିତାଇବାର କାର୍ଯ୍ୟକ୍ରମ ରହିଛି।ପରେ ଦିନ ୧୨ଟା ୫୫ ମିନିଟରେ ପ୍ରଧାନମନ୍ତ୍ରୀ ସଭାସ୍ଥଳରେ ପହଞ୍ଚିବେ। ସେଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ଦିନ ୧ଟାରୁ ୨ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବାର ସମ୍ଭାବନା ରହିଛି।କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନ ୨ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଓଡ଼ିଶାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି ଜୋରଦାର କରାଯାଇଛି।






More Stories
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..
ମହାନଦୀର ଜଳସ୍ତର ବଢୁଛି…..
ଚାଉଳ ଟ୍ରକ୍ରେ ଗଞ୍ଜେଇ…..