ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ ବିରୋଧୀ ଖବର ପ୍ରସାରଣ ନେଇ ୩୫ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କରାଯାଇଛି। ଏହାସହିତ ୨ଟି ଟ୍ବିଟର, ୨ଟି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ, ୨ଟି ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ମଧ୍ୟ ବ୍ଲକ କରାଯାଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟ ସୂଚନା ଦେଇଛନ୍ତି | କହିଛନ୍ତି “ଗତକାଲି ଅର୍ଥାତ ୨୦ ତାରିଖରେ ଗୁଇନ୍ଦା ବିଭାଗ ଦେଇଥିବା ନୂଆ ତଥ୍ୟକୁ ମନ୍ତ୍ରଣାଳୟ ତର୍ଜମା କରିଥିଲା । ଏହାପରେ ଭାରତ ବିରୋଧୀ କାର୍ଯ୍ୟ ପାଇଁ ୩୫ଟି ୟୁଟ୍ୟୁବ ଚ୍ୟାନେଲ, ୨ଟି ଟ୍ୱିଟର ଆକାଉଣ୍ଟ, ୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ୨ଟି ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Discussion about this post