ରିପୋର୍ଟ କାର୍ଡ / ରାଉରକେଲା
ବିବାହର ପ୍ରତିଶ୍ରୁତି ଦେଇ ବିଧବାଙ୍କ ସହ ଶାରୀରିକ ସଂପର୍କ ରଖି ଅନ୍ୟ ଯୁବକଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ବ୍ୟବସାୟୀ । ରାଜି ନହେବାରୁ ବିବାହ ପ୍ରତିଶ୍ରୁତି ନରଖି , ମହିଳାଙ୍କୁ ଛାଡି ଚାଲିଗଲେ ପ୍ରେମିକ । ଏପରି ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରରେ । ସୂଚନାନୁସାରେ, ଗତ ଅଗଷ୍ଟରେ ପୀଡ଼ିତା ବିଧବା ମହିଳା ତାଙ୍କ ଟ୍ରକକୁ ଟ୍ରାନ୍ସପୋର୍ଟରେ ନିୟୋଜିତ କରିବା ପାଇଁ ଟ୍ରାନ୍ସପୋର୍ଟ ବ୍ୟବସାୟୀ ବିରେନ୍ଦ୍ର ନାଥ ରଥଙ୍କ ଅଫିସକୁ ଯାଇଥିଲେ । ଆଉ ସେହି ଠାରୁ ହିଁ ବିରେନ୍ଦ୍ର ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ । ଦେଇଥିଲେ ବିବାହର ପ୍ରତିଶ୍ରୁତି ।ଏପରିକି ପତ୍ନୀଙ୍କୁ ଛାଢ଼ପତ୍ର ଦେବାପରେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ଧିରେଧିରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଏପରିକି ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଭୁବନେଶ୍ବର ଓ କଲିକତାକୁ ମଧ୍ୟ ବୁଲିବାକୁ ଯାଇଥିଲେ।ଆହୁରି ମଧ୍ୟ ବିଧବା ମହିଳାଙ୍କ ଛୋଟ ଝିଅକୁ ବିରେନ୍ଦ୍ର ପାପା ଡ଼ାକିବାକୁ କହୁଥିଲେ । କିନ୍ତୁ ଶେଷରେ ଧୋକା ଦେଲେ ବିରେନ୍ଦ୍ର । କିଛି ମାସ ପରେ ବିରେନ୍ଦ୍ର କୁଆଡ଼େ ମହିଳାଙ୍କୁ ଅନ୍ୟମାନଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ମହିଳା ଏଥିରେ ରାଜି ନହେବାରୁ ପ୍ରତାରଣା ଦେଇଥିଲେ ବିରେନ୍ଦ୍ର । ବାହା ହେବାକୁ ମନା କରିଦେଇଥିଲେ । ଚାରିଆଡୁ ନିରାଶ ହେଲା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ପୋଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ବିରେନ୍ଦ୍ର କୁଆଡେ ଫେରାର ହୋଇଯାଇଥିବା ଜଣାପଡିଛି ।
Discussion about this post