Report Card Odisha

| Daily Odia News

ଭାରତୀୟ ବଂଶୋଦ୍ଭବ ହେଲେ ସିଙ୍ଗାପୁର ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍। ସେଠାକାର ଦୁଇ ନେତାଙ୍କୁ ପଛରେ ପକାଇ ସେ ଏହି ବାଜି ମାରି ନେଇଛନ୍ତି। ୭୦ .୪ % ରୁ ଅଧିକ ଭୋଟ୍ ସହ ସିଙ୍ଗାପୁରର ନବମ ରାଷ୍ଟ୍ରପତି ହୋଇଛନ୍ତି ଶଣମୁଗରତ୍ନମ୍। ଏକ ଦଶନ୍ଧିରୁ ଅଧିକ ସମୟ ପରେ ଅନୁଷ୍ଠିତ ହୋଇଥିଲା ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନ। ନବମ ରାଷ୍ଟ୍ରପତି ପାଇଁ ତ୍ରିକୋଣିଅ ଲଢେଇ ଦେଖିବାକୁ ମିଳିଥିଲା। ଥର୍ମନଙ୍କ ବ୍ୟତୀତ ଅନ୍ୟ ଦୁଇ ପ୍ରାର୍ଥୀ- ସିଙ୍ଗାପୁର ଗଭର୍ଣ୍ଣମେଣ୍ଟ ଇନଭେଷ୍ଟମେଣ୍ଟ କର୍ପ (ଜିଆଇସି) ର ପୂର୍ବତନ ମୁଖ୍ୟ ବିନିଯୋଗ ଅଧିକାରୀ ଏନଜି କୋକ୍ ସୋଙ୍ଗ୍ ଏବଂ ଦେଶର ରାଷ୍ଟ୍ରାୟତ୍ତ ବୀମା ଗୋଷ୍ଠୀ NTUC ଇନକମର ପୂର୍ବତନ ମୁଖ୍ୟ ଟେନ୍ କିନ୍ ଲିଆନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ନିର୍ବାଚନରେ ​​୨୭ ଲକ୍ଷରୁ ଅଧିକ ଲୋକ ଭୋଟ୍ ଦେଇଥିଲେ। ୧୨ ବର୍ଷ ମଧ୍ୟରେ ଏହା ସିଙ୍ଗାପୁରର ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଥିଲା, କାରଣ ୨୦୧୭ ରେ ଶେଷ ଥର ପାଇଁ ନିର୍ବାଚନ ହୋଇଥିଲେ। ଏହି ନିର୍ବାଚନ କେବଳ ମଳୟ ସମ୍ପ୍ରଦାୟ ପାଇଁ ସଂରକ୍ଷିତ ଥିଲା। ୨୦୧୧ ପରଠାରୁ ସିଙ୍ଗାପୁରରେ ଏହା ହେଉଛି ପ୍ରଥମ ରାଷ୍ଟ୍ରପତି ନିର୍ବାଚନ। ସିଙ୍ଗାପୁରରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ୨୮ ଅଗଷ୍ଟ ୧୯୯୩ ରେ ଅନୁଷ୍ଠିତ ହୋଇଥିଲା।

Breaking News