ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରେଳବାଇର ମୋଟ୍ ରାଜସ୍ୱ ଗତବର୍ଷ ତୁଳନାରେ ଚଳିତବର୍ଷ ୩୮ ପ୍ରତିଶତ ବୃଦ୍ଧି ପାଇଛି। ଏହି ମାସ ଶେଷ ସୁଦ୍ଧା ମୋଟ ରାଜସ୍ୱ ପ୍ରାୟ ୯୫ ହଜାର ୪୮୬ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୨୬ ହଜାର ୨୭୧ କୋଟି ଟଙ୍କା ଅଧିକ ବୋଲି ଜଣାପଡ଼ିଛି। ରେଳମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀ ପରିବହନରୁ ଗତବର୍ଷ ତୁଳନାରେ ୧୧୬ ପ୍ରତିଶତ ଅଧିକ ରାଜସ୍ୱ ମିଳିଛି। ଏହାର ପରିମାଣ ୨୫ ହଜାର ୨୭୬ କୋଟି ଟଙ୍କା ରହିଛି। ସୂଚନା ଅନୁଯାୟୀ ଯାତ୍ରୀ ରାଜସ୍ୱରେ ୫୦ ପ୍ରତିଶତ ଏବଂ ପରିବହନ ରାଜସ୍ୱରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..