ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଟିକାକରଣକୁ ଏକ ବର୍ଷ ପୂରଣ ହୋଇଛି । ଗତବର୍ଷ ୨୦୨୧ ଜାନୁଆରୀ ୧୬ରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ, ପରେ ଦେଶର ବରିଷ୍ଟ ନାଗରିକଙ୍କ ହୋଇଥିଲା ଟିକାକରଣ । ବର୍ତ୍ତମାନ ଦେଶରେ ୧୫୭ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇସାରିଛି । ତାହା ସହ ଏବେବି ଦେଶର ୮% ଲୋକ କରୋନାର ପ୍ରଥମ ଡୋଜ୍ ନେଇ ନାହାନ୍ତି । ଆଉ ୩୧ ପ୍ରତିଶତ ଲୋକ କରୋନାର ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ବର୍ତ୍ତମାନ ସାରା ଦେଶରେ କରୋନାର କଳାବାଦଳ ଚାଲିଥିବା ବେଳେ, ଟିକାକରଣକୁ ଗୁରତ୍ୱ ଦିଆଯାଉଛି।






More Stories
ଆଜିଠୁ ବଙ୍ଗ ଭୟମୁକ୍ତ…..
ଭବାନୀପୁରରେ ହାରିଲେ ଦିଦି…..
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..