ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଟିକାକରଣକୁ ଏକ ବର୍ଷ ପୂରଣ ହୋଇଛି । ଗତବର୍ଷ ୨୦୨୧ ଜାନୁଆରୀ ୧୬ରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ, ପରେ ଦେଶର ବରିଷ୍ଟ ନାଗରିକଙ୍କ ହୋଇଥିଲା ଟିକାକରଣ । ବର୍ତ୍ତମାନ ଦେଶରେ ୧୫୭ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇସାରିଛି । ତାହା ସହ ଏବେବି ଦେଶର ୮% ଲୋକ କରୋନାର ପ୍ରଥମ ଡୋଜ୍ ନେଇ ନାହାନ୍ତି । ଆଉ ୩୧ ପ୍ରତିଶତ ଲୋକ କରୋନାର ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ବର୍ତ୍ତମାନ ସାରା ଦେଶରେ କରୋନାର କଳାବାଦଳ ଚାଲିଥିବା ବେଳେ, ଟିକାକରଣକୁ ଗୁରତ୍ୱ ଦିଆଯାଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….