Report Card Odisha

| Daily Odia News

ଭୁବନେଶ୍ୱର ଡିଜିଟାଲ୍‌ କିଓସ୍କରେ ଚାଲୁଛି ବ୍ଲୁ ଫିଲ୍ମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା କିଓସ୍କରେ ଗତକାଲି ରାତିରେ ଅଶ୍ଲୀଳ ଭିଡିଓ ଚାଲିଥିବା ନେଇ ଅଭିଯୋଗ ହୋଇଛି। ରାତି ପ୍ରାୟ ସାଢ଼େ ୯ଟାରୁ ୯ଟା ୪୫ ମିନିଟ୍ ପର୍ଯ୍ୟନ୍ତ କିଓସ୍କ ଗୁଡ଼ିକରେ ଅଶ୍ଲୀଳ ଭିଡିଓ ଚାଲିଥିଲା। ଏହା ଦେଖିବା ପରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କିଓସ୍କରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରସାରଣ କରାଯାଏ। ତା’ ସହିତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥାଏ। କିଓସ୍କ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଦାୟିତ୍ୱରେ ରହିଛି। କିନ୍ତୁ କିଓସ୍କରେ କେମିତି ଅଶ୍ଳୀଳ ଭିଡିଓ ଚାଲିଲା, ତାହା ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି। ରାଜମହଲ ଛକରେ ଏକ ବସ୍‌ଷ୍ଟପ୍‌ରେ ଅଟୋ ପାଇଁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତି ସେଠାରେ ପାଖରେ ଲାଗିଥିବା କିଓସ୍କରେ ଅଶ୍ଲୀଳ ଫଟୋ ସବୁ ଆସିଥିବା କହିଛନ୍ତି। ଯଦିଓ ତାହା କିଓସ୍କ ବୋଲି ସେ ଜାଣି ନାହାନ୍ତି, କିନ୍ତୁ ସେଥିରେ କିଛି ସମୟ ଧରି ଅଶ୍ଲୀଳ ଫଟୋ ସବୁ ଆସିଥିବା କହିଛନ୍ତି।

Breaking News