ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ପ୍ରେସଛକରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ସତ୍ୟ ଓ କାହ୍ନାକୁ ଗିରଫ କରି ପଚରାଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଜଣକ ଏକ ବାଇକ୍ ସୋ’ ରୁମରେ କାମ କରୁଥିଲେ । ଏବଂ ତାଙ୍କ ଘର ଭଦ୍ରକରେ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସାମାନ୍ୟ କମେଣ୍ଟ ମରାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ଗାଡ଼କଣାର ଚିଣ୍ଟୁ ପରିଡାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ । ସୂଚନା ଅନୁସରେ- ରାଜଧାନୀ ଭୁବନେଶ୍ୱର ପ୍ରେସ ଛକ ରାସ୍ତାରେ ଜଣେ ଯୁବକଙ୍କୁ ଛୁରି ମାରି ହତ୍ୟା କରିଥିଲେ ଦୁର୍ବୃତ୍ତ ମୃତ ଯୁବକଙ୍କ ନାଁ ଚିଣ୍ଟୁ ଘର ଗାଡ଼କଣରେ ବୋଲି ଜଣାପଡ଼ିଛି । ଛୁରାମାଡ଼ରେ ଆଉ ଜଣେ ଆହତ ହୋଇଥିଲେ । ନୟାପଲ୍ଲୀ ଅଞ୍ଚଳର ଦୁର୍ବୃତ୍ତ ମାନେ ଚିଣ୍ଟୁ ଏବଂ ଆଉ ଜଣଙ୍କୁ ଛୁରାମାଡ଼ କରିଥିଲେ । ଫଳରେ ଚିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ୱରରେ ଗତ ୧୫ ଦିନ ମଧ୍ୟରେ ତିନି ତିନିଟି ହତ୍ୟାକାଣ୍ଡ ଘଟିଛି ।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..