ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ କାଶ୍ମୀରରେ ଜି-୨୦ ସମ୍ମଳିନୀର ଆୟୋଜନ କରିଥିବାରୁ ଏହାକୁ ଚୀନ୍ ପୁଣି ଥରେ କଡ଼ା ବିରୋଧ କରିଛି। ତୁର୍କୀ ଓ ସାଉଦି ଆରବ ମଧ୍ୟ ସମ୍ମିଳନୀରେ ଯୋଗ ଦେବାକୁ ନାମ ପଞ୍ଜୀକରଣ କରାଇ ନାହାନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, ବିବାଦୀୟ ସ୍ଥାନରେ ଜି୨୦ ସମ୍ମଳିନୀ ଆୟୋଜନକୁ ଏହା ବିରୋଧ କରୁଛି ଏବଂ ଏହା ଏଥିରେ ଯୋଗ ଦେବ ନାହିଁ। ଭାରତ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ନିଜର ସାର୍ବଭୌମ ଅଞ୍ଚଳରେ ଯେ କୌଣସି ସ୍ଥାନରେ ଆମେ ସମ୍ମିଳନୀ କରିବାକୁ ସ୍ବାଧୀନ। ଏ ନେଇ କେହି ପ୍ରଶ୍ନ ଉଠାଇପାରିବେ ନାହିଁ। ଚୀନ୍ ସହ ସ୍ବାଭାବିକ ସମ୍ପର୍କ ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ଆବଶ୍ୟକ ବୋଲି ମଧ୍ୟ ଭାରତ ସ୍ପଷ୍ଟ କରିଛି।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..