ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିପାରିଲାନି ଇଣ୍ଡିଗୋ ବିମାନ। ଏତେ ପରିମାଣ କୁହୁଡି ଯେ ପୁରା ଭୁବନେଶ୍ୱର ସହରକୁ ଚାଦର ପରି ଢାଙ୍କି ରହିଥିଲା | ଫଳରେ ଇଣ୍ଡିଗୋ ବିମାନ ଅବତରଣ କରିପାରିନଥିବା ସୂଚନା ମିଳିଛି । ରାୟପୁରକୁ ଇଣ୍ଡିଗୋ ବିମାନଟିକୁ ଡାଇଭର୍ଟ କରାଯାଇଛି । ଦିଲ୍ଲୀରୁ ଭୁବନେଶ୍ବରକୁ ଇଣ୍ଡିଗୋ ବିମାନ ୨୧୭୮ ଆସୁଥିଲା । ଏ ନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
More Stories
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..
ଭତ୍ତା ବଢାଇଲେ ମୋହନ ସରକାର…..