ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡୋନେସିଆର ବାଲି ଉପକୂଳରେ ଏକ ଯାତ୍ରୀବାହୀ ଜାହାଜ ବୁଡି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଥିବାନେଇ ସୂଚନା ମିଳିଛି | ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ- ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସ ମୁଖପାତ୍ର କହିଛନ୍ତି ଯେ ବାଲି ଉପକୂଳରେ ଏକ ଯାତ୍ରୀବାହୀ ଜାହାଜ ବୁଡ଼ିଯିବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ତିନି ପୁରୁଷ ଏବଂ ତିନି ମହିଳା ରହିଛନ୍ତି । ଜାହାଜରେ ୪୧ ଜଣ ଯାତ୍ରୀ ଏବଂ ୧୫ ଜଣ ଚାଳକ ଦଳ ଥିବା ଜଣାଯାଇଛି। ଜାହାଜଟି ବାଲିର ଗିଲିମାନୁକ୍ ବନ୍ଦରକୁ ଯାଉଥିଲା, କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବୁଡ଼ି ଯାଇଥିଲା। ନିଖୋଜ ଥିବା ୭ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..