Report Card Odisha

| Daily Odia News

ପରଲୋକରେ ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଜାଜ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ ହୋଇଛି | ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି । ଦୀର୍ଘ ୫୦ ବର୍ଷ ଧରି ବଜାଜ ଗ୍ରୁପର ନେତୃତ୍ୱ ନେଇଥିବା ପଦ୍ମ ଭୂଷଣ ରାହୁଲ ବଜାଜଙ୍କର ଆଜି ପୁଣେସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ସେ ଗତ କିଛି ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ଦେଶର ବ୍ୟବସାୟ ଜଗତରେ ଶୋକର ଲହରୀ ଖେଳିଯାଇଛି । ରାହୁଲ ବଜାଜ ୧୯୩୮ ମସିହା ଜୁନ ୧୦ ତାରିଖରେ ବଙ୍ଗଳା ପ୍ରେସିଡେନ୍ସିରେ ଜନ୍ମଗ୍ରହଣ କରିଥିଲେ। ରାଜସ୍ଥାନର ମାରୱାରୀରେ ଜନ୍ମ ହୋଇଥିବା ରାହୁଲଙ୍କର ରାଜସ୍ଥାନର ସିକର ଜିଲ୍ଲାର କାଶିକାବାସର ସହିତ ସଂପର୍କ ଥିଲା । ସେ କ୍ୟାଥେଡ୍ରାଲ୍ ଏବଂ ଜନ୍ କାନନ୍ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ ଏବଂ ବମ୍ବେ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ରାହୁଲ ହାଭାର୍ଡ ବିଜନେସ୍ ସ୍କୁଲରୁ ଏମବିଏ ଶେଷ କରିଥିଲେ । ବଜାଜ ବ୍ୟବସାୟୀକ ସାମ୍ରାଜ୍ୟର ମୂଳଦୁଆ ପ୍ରକୃତରେ ରାହୁଲଙ୍କ ଜେଜେ ବାପା ଜମନାଲାଲ ବଜାଜଙ୍କ ଦ୍ୱାରା ପଡିଥିଲା । ଯାହାକୁ ରାହୁଲ ବଜାଜ ନେତୃତ୍ବ ନେଇ ବହୁ ଉଚ୍ଚକୁ ନେଇ ଯାଇଥିଲେ।

Breaking News