ରିପୋର୍ଟ କାର୍ଡ / ସୋନପୁର
ସୋନପୁରରୁ ବଲାଙ୍ଗୀରକୁ ସଂଯୋଗ କରିଥିବା ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା | ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା | ସେହିସମୟରେ କାର୍ ଚଳାଉଥିଲେ ଅଜୟ ଜେଠୀ । ଖୋଳତାଡ଼ ପରେ ପ୍ରଥମେ ଅଜୟ ଜେଠୀ ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ କାର୍ ଡ୍ରାଇଭର ବୋଲି ଜଣାପଡ଼ିଥିବା ବେଳେ ଏବେ କିନ୍ତୁ ଫିଟିଛି ଅସଲ ଗୁମର। ଅଜୟ ଜେଠୀ ଡ୍ରାଇଭର ନୁହନ୍ତି, ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ ପ୍ରେମିକ ବୋଲି କହିଛନ୍ତି ତାଙ୍କ ସ୍ୱାମୀ ସୁରେଶ ବାଗ୍। ଉଭୟ ସୁରେଶ ବାଗ୍ ଓ ସ୍ନିଗ୍ଧାରାଣୀ ପତିପତ୍ନୀ ହୋଇଥିଲେ ମଧ୍ୟ ଏବେ ଅଲଗା ଅଲଗା ରହୁଛନ୍ତି। ସିଗ୍ଧାରାଣୀ ଏବେ ସୁନ୍ଦରଗଡ଼ ଏସ୍ପି କାର୍ଯ୍ୟାଳୟରେ ନିୟୋଜିତ ଥିବା ବେଳେ ସେଠାରେ ସେ ଅଜୟ ଜେଠୀଙ୍କ ସହ ରହୁଛନ୍ତି। ସୁରେଶ ଏବେ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଓଲୋଜି ବିଭାଗରେ ପ୍ରଫେସର ଅଛନ୍ତି। ନିଜ ପତ୍ନୀଙ୍କ ସମ୍ପର୍କରେ ଖୁଲାସା କରି ସୁରେଶ କହିଛନ୍ତି, ଆମେ ପ୍ରେମ ବିବାହ କରିଥିଲୁ। ମାତ୍ର ଧୀରେ ଧୀରେ ସମ୍ପର୍କରେ ତିକ୍ତତା ଆସିଲା। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆମେ ଦୁହେଁ ଏକାଠି ରହୁନୁ। ଆମର ଛାଡ଼ପତ୍ର ହୋଇ ନ ଥିବା ସତ୍ତ୍ୱେ ସିଗ୍ଧାରାଣୀ ଏବେ ଅଜୟ ଜେଠୀଙ୍କ ସହ ରହୁଛନ୍ତି। ଏନେଇ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ଥାନାରେ ଏତଲା ବି ଦେଇଥିଲି, ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ବରଂ ସେ ମୋ ନାଁରେ ବହୁତ କେସ୍ ଦେଇ ମୋତେ ଓ ମୋ ପରିବାରକୁ ବହୁତ ହଇରାଣ କରିଛି ବୋଲି କହିଛନ୍ତି ସୁରେଶ ବାଗ୍। ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଡ୍ୟୁଟି ସାରି ଗତ ମଙ୍ଗଳବାର ସୁନ୍ଦରଗଡ଼ ଫେରୁଥିଲେ ସ୍ନିଗ୍ଧାରାଣୀ ସୁନା। ମାତ୍ର ସକାଳୁ ସକାଳୁ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଛିଡ଼ା ହୋଇଥିବା ପରିବା ବୋଝେଇ ଅଟୋ ଓ ଏକ ବାଇକ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା ଇନ୍ସପେକ୍ଟର ମାଡ଼ାମଙ୍କ କାର୍। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ କାର୍ ଚାଳକ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ। ଡ୍ରାଇଭର ଅଜୟ ଜେଠୀଙ୍କର ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ତାଙ୍କ ନାଁରେ MVI ଆକ୍ଟରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ସେବେଠୁ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଜ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..