Report Card Odisha

| Daily Odia News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନ ପ୍ରସଙ୍ଗରେ ମାମଲା ରୁଜୁ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଲକ୍ଷାଦ୍ବୀପ ଫଟୋ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ପ୍ରସଙ୍ଗକୁ ନେଇ ବିଜେପି ସାଇବର ଥାନାରେ ମାମଲା ରୁଜୁ କରିଛି । ଅଜଣା ଦୁର୍ବୁତ୍ତଙ୍କ ନାଁରେ ଧାରା ୨୯୪, ଆଇପିସି ଦଫା ୬୭(କ), ଆଇଟି ଆକ୍ଟରେ ପୋଲିସ ମାମଲା ରୁଜ୍ଜୁ କରିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ନେଇ ସାଇବର ଥାନାରେ ଏତଲା ହୋଇଥିଲା। ବିଜେପି ପକ୍ଷରୁ ସମୀର ମହାନ୍ତି , ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଏତଲା କରିଥିଲେ । ବିଜେଡି ଓଡିଶା ଫେସବୁକ୍ ଆକାଉଣ୍ଟ ନାଁରେ ଏମାନେ ଏତଲା କରିଥିଲେ। ଉକ୍ତ ଆକାଉଣ୍ଟରେ ମୋଦୀଙ୍କ ପ୍ରତି ଅପମାନଜନକ ଶଦ୍ଦ ପ୍ରୟୋଗ କରାଯାଇଥିଲା।

Breaking News