ରିପୋର୍ଟ କାର୍ଡ / ବିଶାଖାପାଟଣା
୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇ ୫୦୦ ମିଟର ଯାଏଁ ଘୋଷାଡ଼ି ନେଇଛି ଟ୍ରେନ | ଏଭଳି ଦୁର୍ଦ୍ଧତନା ଘଟିଛି ଆନ୍ଧ୍ରପ୍ରଦେଶର ପଲାସା ନିକଟରେ| ଗତ ରାତିରେ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଟରସିଟି ଏକ୍ସପ୍ରେସ୍ ଶ୍ରୀକାକୁଲମ ଜିଲ୍ଲାର ପଲାସା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ କୁ ଧକ୍କା ଦେଇଥିଲା। ଏହାପରେ ଟ୍ରେନ୍ଟି ଆମ୍ବୁଲାନ୍ସକୁ ଦୁର୍ଘଟଣାସ୍ଥଳ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଷ୍ଟେସନ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା |ସୂଚନା ଅନୁସାରେ, ଭୁବନେଶ୍ୱରରୁ ବିଶାଖାପାଟଣା ଅଭିମୁଖେ ଆସୁଥିବା ଫାଲକନାମା ଟ୍ରେନ୍ରେ ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପଲାସା ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା। ପରେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସଟି ରୋଗୀଙ୍କୁ ଆଣିବା ଲାଗି ଷ୍ଟେସନ ଯାଉଥିଲା। ଆମ୍ବୁଲାନ୍ସଟି ରେଳ ଫାଟକ ନିକଟରେ ଅଟକି ରହିଥିଲା। ଏହି ସମୟରେ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଟରସିଟି ଏକ୍ସପ୍ରେସ୍ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଏହାପରେ ଟ୍ରେନ୍ଟି ଦୁର୍ଘଟଣାସ୍ଥଳ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଷ୍ଟେସନର ପ୍ଲାଟଫର୍ମ ଯାଏ ଆମ୍ବୁଲାନ୍ସକୁ ଘୋଷାଡ଼ି ନେଇଥିଲା। ତେବେ ଟ୍ରେନ୍ ଆସୁଥିବା ଦେଖି ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଛାଡି ଦୌଡ଼ି ପଳାଇ ନିଜର ଜୀବନ ବଞ୍ଚାଇଥିଲେ। ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବାରୁ ଗୋଟିଏ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିବା କୁହାଯାଉଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……