Report Card Odisha

| Daily Odia News

ଚତୁର୍ଥ ଦିନରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନଥ ମହୋତ୍ସବ,ଚିନ୍ତା ଓ ଚେତନା ରେ ଶ୍ରୀଜଗନ୍ନାଥ ଆଲୋଚନା ଚକ୍ର ଅନୁଷ୍ଠିତ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି ତରଫରୁ ନୟାପଲ୍ଲୀ ସ୍ଥିତ କସ୍ତୁରବା ପଡିଆଠାରେ ଚତୁର୍ଥ ଦିନରେ ଶ୍ରୀଜଗନ୍ନାଥ ମହୋତ୍ସବର ସଂନ୍ଧ୍ୟା | ପ୍ରବଚକ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳାର ବିଭିନ୍ନ ମାହାତ୍ମ୍ୟ ଉପରେ ଜଗନ୍ନାଥ ପ୍ରେମିଙ୍କୁ ସ୍କନ୍ଦପୁରାଣ ଅନ୍ତର୍ଗତ ଅମୃତବାଣୀ ପ୍ରଦାନ କରିଥିଲେ ା ବିଶ୍ବଶାନ୍ତି ଯଜ୍ଞ ଆସନ୍ତା ୧୩ ତାରିଖରେ ସମାପନ ହେବ | ଏହି ଅବସରରେ ମହୋତ୍ସବରେ ମହାପ୍ରଭୁଙ୍କ ୨୪ବେଶ ପ୍ରଦର୍ଶିତ ହେବା ସହ ଭଜନ ଓ ସଙ୍କୀର୍ତ୍ତନ ସେଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଅନନ୍ୟ ଆଧ୍ୟାତ୍ମିକ ଚେତନର ପରିବେଶ ସୃଷ୍ଟି କରିଚି ା ମହୋତ୍ସବରେ ଆଲୋଚନା କାର୍ଯ୍ୟକ୍ରମ ରେ ପଣ୍ଡିତ ଦାଶରଥୀ ସାମନ୍ତରାୟ ପ୍ରବାସୀ ଓଡ଼ିଆ ଶ୍ରୀରମେଶ ବିଶ୍ୱାଳ ଡ଼ ପ୍ରଶାନ୍ତ ରଥ ଡ଼ ଆରତି କର , ପ୍ରବାସୀ ଓଡ଼ିଆ ରମେଶ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ ବହୁ ରୋଚକ ପୂର୍ଣ୍ଣ କଥା କହିଥିଲେ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶି ମିଶ୍ର, ଦିଲ୍ଲିପ ଶ୍ରୀଚନ୍ଦନ, କର୍ପୋରେଟର ବନ୍ଦିତା ପାଲ୍,ଅର୍ଜୁନ ବେହେରା,ସମ୍ପାଦକ ପ୍ରଦିପ କୁମାର ରାଉତରାୟ,ପ୍ରକାଶ ଶ୍ରୀଚନ୍ଦନ,ରଣଜିତ କର୍ମି, ସୋନାଲିସା ମହାପାତ୍ର ଓ ଡ଼ ନାରାୟଣ ମହାପାତ୍ର ଭଗବାନ ଦାଶ, ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ | ଆଲୋଚନା ଚକ୍ର କୁ ଡ଼ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ |

Breaking News