Report Card Odisha

| Daily Odia News

୩୦ ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ,ଜାଣନ୍ତୁ କିଏ ବିନିଯୋଗ କରିବେ କେତେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ଭୁବନେଶ୍ୱରେ ଦୁଇ ଦିନିଆ ଉତ୍କର୍ଷ ଓଡିଶା ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କର୍ଷ ଓଡିଶା-ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭକୁ ଉଦ୍‌ଘାଟନ କରିଛନ୍ତି । ଏହି କନକ୍ଲେଭରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଯୋଗ ଦେଇଛନ୍ତି । କୁମାର ମଙ୍ଗଳମ୍‌ ବିର୍ଲା (ଚେୟାରମ୍ୟାନ୍‌, ଆଦିତ୍ୟ ବିର୍ଲା), ନବୀନ ଜିନ୍ଦଲ (ଚେୟାରମ୍ୟାନ୍‌ ଜେଏସପିଏଲ), ଅନୀଲ ଅଗ୍ରୱାଲ (ଚେୟାରମ୍ୟାନ୍‌, ବେଦାନ୍ତ), ଟି.ଭି. ନରେନ୍ଦ୍ରନ୍‌ (ସିଇଓ ଏବଂ ଏମଡି ଟାଟା ଷ୍ଟିଲ୍‌), ସଜ୍ଜନ ଜିନ୍ଦଲ, ଶୁଭ୍ରକାନ୍ତ ପଣ୍ଡାଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗ ଦେଇଛନ୍ତି ।
କେନ୍ଦୁଝରରେ କରାଯିବ ଇସ୍ପାତ କାରଖାନା। ଏନେଇ ସୂଚନା ଦେଇ ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି, ପୋସ୍କୋ ସହ ଏନେଇ ଆଲୋଚନା ଚାଲିଛି ଓ ୩୦ ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି । ପାରାଦୀପରେ ୧୨ ନିୟୁତ ଟନ୍‌ ଷ୍ଟିଲ୍‌ ପ୍ଲାଣ୍ଟ କାମ ଚାଲିଛି । ଝାରସୁଗୁଡାରେ ବିପିଏସ୍‌ଏଲ୍‌କୁ ପରିବର୍ଦ୍ଧିତ କରାଯିବ । ୫ ବର୍ଷରେ ଓଡିଶାରେ ୧ ଲକ୍ଷ କୋଟି କୋଟି ନିବେଶ ଲକ୍ଷ୍ୟ ରଖାଯାଇଛି । ସେହିପରି ଏହି ଅବସରରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍‌ କହିଛନ୍ତି, ରାୟଗଡାରେ ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍‌ର ପ୍ଲାଣ୍ଟ କରାଯିବ । ଆବାଡା ଗ୍ରୁପ୍‌ ମୁଖ୍ୟ ଭିନୀତ ମିତ୍ତଲ କହିଛନ୍ତି, ଗୋପାଳପୁରରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଆବାଡା ଗ୍ରୁପ୍‌ । ୨୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆବାଡା ଗ୍ରୁପ୍‌ । ପାରାଦୀପରେ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ ମଧ୍ୟ କରିବ । ସେହିପରି ଉତ୍କର୍ଷ ଓଡିଶାରେ ଆଇଓସିଏଲ୍‌ ପକ୍ଷରୁ ୭୦ ହଜାର କୋଟିର ପୁଞ୍ଜି ନିବେଶ କରାଯିବ । ଏନେଇ ସୂଚନା ଦେଇ ଆଇଓସିଏଲ୍‌ ଚେୟାରମ୍ୟାନ୍‌ ଅରବିନ୍ଦର ସିଂ ସାହାନୀ କହିଛନ୍ତି, ୫୦ ହଜାର କୋଟି ନିବେଶ କରାଯାଇଛି, ଆଉ ୭୦ ହଜାର କୋଟି ନିବେଶ କରାଯିବ । ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲ୍ସରେ ବିନିଯୋଗ କରାଯିବ ।

କୁମାର ମଙ୍ଗଲମ୍‌ ବିର୍ଲା – ୫୦ ହଜାର କୋଟିର ନିବେଶ, ଆଲୁମିନିୟମ ରିଫାଇନାରୀ,ସ୍କେଲଟ୍‌ର ପ୍ଲାଣ୍ଟ |

ଅନୀଲ ଅଗ୍ରୱାଲ୍‌ – ରାୟଗଡାରେ ୩୦ ଲକ୍ଷ ଟନ୍‌ ଆଲୁମିନିୟମ୍‌ ପ୍ଲାଣ୍ଟ |

ଭିନୀତ ମିତ୍ତଲ – ୨୦ ହଜାର କୋଟିର ପୁଞ୍ଜି ନିବେଶ, ଗୋପାଳପୁରରେ ଅକ୍ଷୟ ଶକ୍ତି |

ଏଏସ ସାହାନୀ – ୭୦ ହଜାର କୋଟିର ପୁଞ୍ଜିନିବେଶ, ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲରେ ନିବେଶ |

ସଜ୍ଜନ୍‌ ଜିନ୍ଦଲ – କେନ୍ଦୁଝରରେ ୩୦-୪୦ ହଜାର କୋଟିର ଷ୍ଟିଲ୍‌ ପ୍ଲାଣ୍ଟ, ପାରାଦୀପରେ ୧୨ ମିଲିୟନ୍‌ ଟନ୍‌ ଷ୍ଟିଲ୍‌ ପ୍ଲାଣ୍ଟ କାମ ଆରମ୍ଭ, ଝାରସୁଗୁଡାରେ ପ୍ଲାଣ୍ଟର ସମ୍ପ୍ରସାରଣ |

Breaking News