ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଆଇପିଏଲର ୨୫ତମ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପାଇଁ ହାଇଦ୍ରାବାଦ ଜୋରସୋରରେ ଅଭ୍ୟାସ ଜାରି ରଖିଛି । ଚଳିତ ଆଇପିଏଲରେ ଉଭୟ ଦଳ ଏପର୍ଯ୍ୟନ୍ତ ୪ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି । ଏହି ୪ ମ୍ୟାଚ୍ ମଧ୍ୟରୁ ହାଇଦ୍ରାବାଦ ଓ ମୁମ୍ବାଇ ପ୍ରଥମ ୨ଟି ମ୍ୟାଚରେ ପରାଜୟ ବରଣ କରିଥିବାବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛନ୍ତି ଉଭୟ ଦଳ । ତେଣୁ ଆଜିର ମ୍ୟାଚରେ ମଧ୍ୟ ବିଜୟ ଲାଭ କରି ଏହି ବିଜୟ ଧାରାକୁ ଜାରି ରଖିବାକୁ ଚେଷ୍ଟା କରିବେ ଦୁଇ ଦଳ ।






More Stories
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା…..
ଆଇପିଏଲ୍ ନିଲାମ ତାଲିକାରେ ଦୁଇ ଓଡିଆ…..
ବାରବାଟୀରେ ଭାରତର ବିରାଟ ବିଜୟ……