Report Card Odisha

| Daily Odia News

ୟୁଏଇରେ ଖେଳାଯିବ ଆଇପିଏଲ୍‌ ଅବିଶିଷ୍ଟ ମ୍ୟାଚ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍‌ର ମ୍ୟାଚ୍‌ । ୟୁଏଇରେ ହେବ ଆଇପିଏଲ୍‌ ଅବିଶିଷ୍ଟ ମ୍ୟାଚ୍‌ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍‌ ଆରମ୍ଭ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ବିସିସିଆଇର ବୈଠକରେ ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳାଯିବା ନେଇ ବଡ ନିଷ୍ପତି ନିଆଯାଇଛି । ସେହିଭଳି ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ଆଇସିସିକୁ ସମୟ ମାଗିଛି ବିସିସିଆଇ । ଏଠାରେ ସୂଚନାଯୋଗ୍ୟ, ଚଳିତଥର ଟି-୨୦ ବିଶ୍ୱକପ ଆୟୋଜନ କରିବ ଭାରତ । ତେବେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଯାଏଁ ଏହା ବାବଦରେ କୌଣସି ସ୍ପଷ୍ଟ ସଂକେତ ମିଳିପାରୁନାହିଁ ।

Breaking News