ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍ର ମ୍ୟାଚ୍ । ୟୁଏଇରେ ହେବ ଆଇପିଏଲ୍ ଅବିଶିଷ୍ଟ ମ୍ୟାଚ୍ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍ ଆରମ୍ଭ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ବିସିସିଆଇର ବୈଠକରେ ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳାଯିବା ନେଇ ବଡ ନିଷ୍ପତି ନିଆଯାଇଛି । ସେହିଭଳି ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ଆଇସିସିକୁ ସମୟ ମାଗିଛି ବିସିସିଆଇ । ଏଠାରେ ସୂଚନାଯୋଗ୍ୟ, ଚଳିତଥର ଟି-୨୦ ବିଶ୍ୱକପ ଆୟୋଜନ କରିବ ଭାରତ । ତେବେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଯାଏଁ ଏହା ବାବଦରେ କୌଣସି ସ୍ପଷ୍ଟ ସଂକେତ ମିଳିପାରୁନାହିଁ ।






More Stories
ବାରବାଟୀ ମ୍ୟାଚ୍: ଆଜିଠୁ ଅନଲାଇନ୍ ଟିକେଟ୍……
ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର…..
ବିଶ୍ଵ ଚମ୍ପିଆନ ଝିଅଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…..