Report Card Odisha

| Daily Odia News

ସିବିଆଇ ର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁବୋଧ କୁମାର ଜୈସୱାଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁବୋଧ କୁମାର ଜୈସୱାଲ ବୁଧବାର ସିବିଆଇ ର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରେ ଜୈସୱାଲଙ୍କର ଦୁଇ ବର୍ଷର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ରହିବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତଥା ଭାରତର ପ୍ରଧାନ ବିଚାରପତି ଏନ.ଭି. ରମଣା ଏବଂ ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ ଆଜି ଜୈସୱାଲଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି | ଉଲ୍ଲେଖଯୋଗ୍ୟ, ପ୍ରଥମେ ଏହି ପଦବୀ ନିମନ୍ତେ ୧୦୯ଜଣଙ୍କ ନାମ ଆସିଥିଲା । ସୋମବାର କମିଟି ବୈଠକ ପୂର୍ବରୁ ୧୬ଜଣଙ୍କ ନାମ ରଖି ବାକି ସମସ୍ତଙ୍କୁ ବାଦ ଦିଆଯାଇଥିଲା । ତେବେ ସୋମବାର ଆଲୋଚନା ସମୟରେ ପ୍ରଧାନ ବିଚାରପତି ରମଣା ଗୋଟାଏ ‘୬ ମାସିଆ ନିୟମ’ ଉପସ୍ଥାପନ କରିଥିଲେ । ଏହି ନିୟମ ପୂର୍ବରୁ କେବେ ‘ସିବିଆଇ’ ମୁଖ୍ୟ ମନୋନୟନରେ ଲାଗୁ ହୋଇ ନ ଥିଲା। ଜଷ୍ଟିସ୍‌ ରମଣା ଉପସ୍ଥାପନ କରିଥିବା ସୁପ୍ରିମ୍‌ କୋର୍ଟଙ୍କ ଗୋଟାଏ ରାୟ ଅନୁସାରେ, ଚାକିରିରୁ ଅବସର ଗ୍ରହଣ କରିବା ଲାଗି ୬ ମାସରୁ କମ୍‌ ଥିବା ଅଧିକାରୀମାନଙ୍କୁ ପୁଲିସ ମୁଖ୍ୟ ପଦବୀ ନିମନ୍ତେ ବିଚାରକୁ ନେବା ଅନୁଚିତ। ମନୋନୟନ କମିଟି ଏହି ଆଇନକୁ ପାଥେୟ କରିବା ଉଚିତ। ଏହାକୁ ତିନିଜଣିଆ କମିଟିର ଅନ୍ୟତମ ସଦସ୍ୟ ଅଧୀରରଞ୍ଜନ ଚୌଧୁରୀ ସମର୍ଥନ କରିଥିଲେ। ଏହି ନିୟମ ଅନୁସାରେ ସୋମବାର ୯୦ ମିନିଟ୍‌ ଧରି ଅନୁଷ୍ଠିତ ଏହି ବୈଠକରେ ମୋଦୀଙ୍କ ଉଚ୍ଚସ୍ତରୀୟ ମନୋନୟନ କମିଟିର ସଦସ୍ୟ ପ୍ରଧାନ ବିଚାରପତି ରମଣା ଏବଂ ବିରୋଧୀ ନେତା ଅଧୀରରଞ୍ଜନ ଚୌଧୁରୀ ୧୬ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ମନୋନୀତ କରିଥିଲେ। ସେମାନେ ଥିଲେ ମହାରାଷ୍ଟ୍ରର ପୂର୍ବତନ ପୁଲିସ ମହାନିର୍ଦେଶକ ସୁବୋଧ କୁମାର ଜୟସ୍ବାଲ୍‌, ସଶସ୍ତ୍ର ସୀମା ବଳର ମହାନିର୍ଦେଶକ କେ‌.ଆର୍‌. ଚନ୍ଦ୍ର ଏବଂ ଗୃହ ମନ୍ତ୍ରାଳୟ ସ୍ବତନ୍ତ୍ର ସଚିବ ଭିଏସ୍‌କେ କୌମୁଦୀ ।

 

Breaking News