ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ଶୁକ୍ରବାର ଗୃହବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୨୦୦୩ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ତଥା ମାନବିକ ଅଧିକାର ସୁରକ୍ଷା ଆୟୋଗ(ଏଚଆରପିସି)ର ଆଇଜିପି ସେଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜିପି ଭାବେ ବଦଳି କରାଯାଇଛି। ସେହିପରି ୨୦୦୭ ବ୍ୟାଚ୍ର ଆଇପିଏସ୍ ଡ. ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ଗୃହରକ୍ଷୀ ଡିଆଇଜିପି ଭାବେ ନିଯୁକ୍ତ କରାଯାଇଥିବାବେଳେ ୨୦୦୮ ବ୍ୟାଚ୍ର ଆଇପିଏସ୍ ସତ୍ୟଜିତ ନାୟକଙ୍କୁ ଏଚ୍ଆର୍ପିସିର ଡିଆଇଜିପି, ୨୦୧୧ ବ୍ୟାଚ୍ର ଆଇପିଏସ୍ ଯୁଗଳ କିଶୋର କୁମାର ବନୋଥଙ୍କୁ ପୋଲିସ ମୁଖ୍ୟାଳୟର ଏଆଇଜିପି, ୨୦୧୫ ବ୍ୟାଚର ଆଇପିଏସ୍ ରାହୁଳ ଜୈନଙ୍କୁ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଏବଂ ମିହିର କୁମାର ପଣ୍ଡାଙ୍କୁ କଟକ ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି କରାଯାଇଛି।






More Stories
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….
ଆଜି ସୂର୍ଯ୍ୟୋପରାଗ…..
୮ରେ ସୁଭଦ୍ରା କିସ୍ତି…..