Report Card Odisha

| Daily Odia News

ଅବସର ନେବେ ଆଇପିଏସ୍ ପ୍ରଦୀପ କାପୁର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବରିଷ୍ଠ ଆଇପିଏସ୍ ପ୍ରଦୀପ କାପୁରଙ୍କୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସେ ଆସନ୍ତା ନଭେମ୍ବର ୩୦ରେ ଅବସର ନେବେ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ସେ ହେଉଛନ୍ତି ଆଇପିଏସ୍ | ନୂଆଦିଲ୍ଲୀରେ ଜାତୀୟ ବୈଷୟିକ ଗବେଷଣା ସଂଗଠନର ଉପଦେଷ୍ଟା ଭାବେ କାର୍ଯ୍ୟରତ | ୧୯୮୬ ବ୍ୟାଚ ଆଇପିଏସ୍ ଶ୍ରୀ କାପୁରଙ୍କୁ ୬୦ବର୍ଷ ବୟସ ହୋଇଥିବାରୁ ନଭେମ୍ବର ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ, ୧୯୮୬ ବ୍ୟାଚର ଅନ୍ୟଜଣେ ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମା ଅକ୍ଟୋବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବେ । ଗତ ଦୁଇମାସ ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଏଥିପାଇଁ ଆନୁଷ୍ଠାନିକ ଅନୁମତି ଦେଇସାରିଛନ୍ତି ।

Breaking News