ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଓଡ଼ିଶା କ୍ୟାଡର IPS ଅଫିସର ସଂଜୟ ସିଂହ। ଏହି ବରିଷ୍ଠ IPS ଅଧିକାରୀଙ୍କୁ ଭିଆରଏସ୍ ପାଇଁ ଅନୁମତି ମିଳିଛି। ତାଙ୍କ ଆବେଦନକୁ ମଞ୍ଜୁର କରିଛି ରାଜ୍ୟ ଗୃହ ବିଭାଗ। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିଲେ। ତେବେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେକୌଣସି ସୂଚନା ମିଳିପାରିନି। ସଞ୍ଜୟ ସିଂହ ଓଡ଼ିଶା ପୋଲିସର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ। ସେ ସିବିଆଇରେ ଡିଆଇଜି ରାଙ୍କରେ ଥିଲେ ଓ ଅନେକ ହାଇପ୍ରୋଫାଇଲ କେସ୍ର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ୨୦୨୧ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଓ ତାଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଡେପୁଟି ଡାଇରେକ୍ଟର ଜେନେରାଲ ବା ଡିଡିଜି ପଦରେ ନିଯୁକ୍ତି ଦିଆଯାଇଥିଲା।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….