Report Card Odisha

| Daily Odia News

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଶୁକ୍ରବାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର | କେନ୍ଦ୍ରୀୟ ଡେପୁଟେସନରୁ ଆଇଜି ଏସ ଦେବଦତ୍ତ ସିଂହ ଫେରିଥିବାବେଳେ ତାଙ୍କୁ ପୋଲିସ ମୁଖ୍ୟାଳୟରେ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅଖିଳେଶ୍ବର ସିଂହ ଜଗତସିଂହପୁର ଏସ୍‌ପି ହୋଇଥିବାବେଳେ ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି। ପିଏସ ପରଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍‌ପି ଦାୟିତ୍ବ ଦିଆଯାଇଥିବାବେଳେ ରାହୁଲ ଜୈନଙ୍କୁ ବରଗଡ଼ ଏସପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି ଭାବେ ଦାୟିତ୍ବ ଦିଆଯାଇଥିବାବେଳେ ମାଲକାନଗିରି ଏସ୍‌ପି ଭାବେ ପିଏସ ମୀନା ଏବଂ ମୟୁରଭଞ୍ଜ ଏସପି ଭାବେ କେଆର ଦ୍ୟାନଦେଓଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ସୂଚନା ମିଳିଛି ।

 

Breaking News