Report Card Odisha

| Daily Odia News

ଉତ୍କଳ ରଂଜନ ସାହୁ ହେଲେ ରାଜସ୍ଥାନ ପୋଲିସ ମହାନିର୍ଦ୍ଦେଶକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଇପିଏସ୍ ଉତ୍କଳ ରଂଜନ ସାହୁଙ୍କୁ ରାଜସ୍ଥାନର ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଉମେଶ ମିଶ୍ରଙ୍କ ସ୍ବେଚ୍ଛାକୃତ ଅବସର ପରେ ଉତ୍କଳ ରଂଜନ ସାହୁଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି | ଶୁକ୍ରବାର ରାଜସ୍ଥାନ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହୋମଗାର୍ଡ ବିଭାଗର ମହାନିର୍ଦ୍ଦେଶକ ତଥା କମାଣ୍ଡାଣ୍ଟ ଜେନେରାଲ ଆଇପିଏସ ଉତ୍କଳ ରଂଜନ ସାହୁ ଅତିରିକ୍ତ ଭାବେ ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ। ଉତ୍କଳ ରଂଜନ ସାହୁ ଜଣେ ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁ ଜୁନ୍ ୨୦୨୦ରେ ଡିଜି ପଦବୀକୁ ଉନ୍ନୀତ ହୋଇଥିଲେ।

Breaking News