ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପରାଷ୍ଟ୍ରପତି ମୋଖବେର ଇରାନର କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରବିବାର ହେଲିକପ୍ଟର ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟ ଦୁର୍ଘଟଣାରେ ହୋଇଥିଲା । ଦୁର୍ଘଟଣାର କାରଣ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଇରାନରେ ୫ ଦିନିଆ ଶୋକ ଘୋଷଣା ହୋଇଛି । ଆଜି ଦିନିକିଆ ଶୋକ ପାଳୁଛି ଭାରତ । ଗତକାଲି ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଇବ୍ରାହିମଙ୍କ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନଥିଲା। ତେବେ ଆଜି ଦୁର୍ଘଟଣାସ୍ଥଳରୁ ତାଙ୍କର ମୃତଦେହ ମିଳିବା ପରେ ଇରାନରେ ଶୋକର ଛାୟା ଖେଳି ଯାଇଛି।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….