ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପରାଷ୍ଟ୍ରପତି ମୋଖବେର ଇରାନର କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରବିବାର ହେଲିକପ୍ଟର ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟ ଦୁର୍ଘଟଣାରେ ହୋଇଥିଲା । ଦୁର୍ଘଟଣାର କାରଣ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଇରାନରେ ୫ ଦିନିଆ ଶୋକ ଘୋଷଣା ହୋଇଛି । ଆଜି ଦିନିକିଆ ଶୋକ ପାଳୁଛି ଭାରତ । ଗତକାଲି ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଇବ୍ରାହିମଙ୍କ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନଥିଲା। ତେବେ ଆଜି ଦୁର୍ଘଟଣାସ୍ଥଳରୁ ତାଙ୍କର ମୃତଦେହ ମିଳିବା ପରେ ଇରାନରେ ଶୋକର ଛାୟା ଖେଳି ଯାଇଛି।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..