Report Card Odisha

| Daily Odia News

ହେଲିକପ୍ଟର ଦୁର୍ଘଟଣା ପଛରେ ଖାମେନି ପୁଅଙ୍କ ହାତଥିବା ନେଇ ଚର୍ଚ୍ଚା …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମେତ ୯ ଜଣ ଲୋକଙ୍କର ଯେଉଁ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାହା ପଛରେ ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ଅଲୀ ଖାମେନିଙ୍କ ପୁଅଙ୍କର ହାତ ରହିଥିବା କୁହାଯାଉଛି। ଇରାନର କିଛି ସାମାଜିକ କର୍ମୀ ଏଭଳି ଦାବି ଉଠାଇଲେଣି। ଆୟାତୁଲ୍ଲା ଖାମେନିଙ୍କୁ ୮୫ ବର୍ଷ ହୋଇସାରି ଥିବାବେଳେ ସେ ଏବେ କର୍କଟ ରୋଗରେ ପୀଡ଼ିତ। ଏଥିପାଇଁ ତାଙ୍କର ଉତ୍ତରାଧିକାରୀ ଖୋଜିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଇବ୍ରାହିମଙ୍କୁ ଖାମେନିଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଥିଲା। ଇବ୍ରାହିମଙ୍କୁ ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡସ ଫୋର୍ସ ମଧ୍ୟ ପସନ୍ଦ କରୁଥିଲା। କିନ୍ତୁ ଏବେ ଇବ୍ରାହିମଙ୍କ ମୃତ୍ୟୁ ପରେ ଖାମେନିଙ୍କ ପୁଅ ମୋଜତାବାଙ୍କ ପାଇଁ ରାସ୍ତା ପ୍ରାୟତଃ ସଫା ହୋଇଯାଇଥିବା କୁହାଯାଉଛି। ଇରାନୀ ସାମ୍ବାଦିକ ମସୀହ ଅଲୀନେଜାଦ ଏକ୍ସରେ ଲେଖିଛନ୍ତି ଯେ ଦୁର୍ଘଟଣା ପଛରେ କିଛି ଷଡ଼୍‌ଯନ୍ତ୍ର ଥିଓରି ରହିଥାଇପାରେ। ସେଥିରେ ଖାମେନିଙ୍କ ପୁଅଙ୍କ ହାତ ଥାଇପାରେ। ବାପାଙ୍କ ଆସନରେ ବସିବା ପାଇଁ ତାଙ୍କ ରାସ୍ତା ସଫା ହୋଇଯିବ।ଇରାନର ଭବିଷ୍ୟତ ସର୍ବୋଚ୍ଚ ନେତା କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Breaking News