ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇରାନ ଓ ଇସ୍ରାଏଲ ଗତରାତିରୁ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଇରାନର ସବୁଠାରୁ ବଡ଼ ଗ୍ୟାସ୍ ଫିଲ୍ଡ ଓ ତେହରାନରେ ଥିବା ଏକ ଆବାସିକ ଟାୱାର ଉପରେ ଇସ୍ରାଏଲର ବୋମା ମାଡ଼ ଯୋଗୁଁ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଇରାନ ଏହାର ଜବାବରେ ତେଲ୍ ଅଭିଭ୍ ସମେତ ବଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଏକ ଭିଲ୍ଲାକୁ ମଧ୍ୟ ଇରାନ ଉଡ଼ାଇ ଦେଇଥିବା ଦାବି କରିଛି। ଇସ୍ରାଏଲର ଶତାଧିକ ଆବାସିକ କୋଠା ଏବଂ ଦୁଇଟି ସାମରିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି ଏବଂ ୪ ଜଣ ମହିଳାଙ୍କ ସମେତ ୧୪ ଜଣ ନିହତ ହୋଇଥିବା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇରାନ ବିଦେଶ ମନ୍ତ୍ରାଳୟ ଓ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ଯଦି ଆକ୍ରମଣ ବନ୍ଦ କରିବ ତା’ହେଲେ ଇରାନ ମଧ୍ୟ ଆକ୍ରମଣ ତୁରନ୍ତ ବନ୍ଦ କରିବ। ତେବେ ଇସ୍ରାଏଲ ଏଭଳି ପ୍ରସ୍ତାବକୁ ଗ୍ରହଣ କରନାହିଁ ଏବଂ ଆଜି ରାତିରେ ପୁଣି ଉଭୟ ରାଷ୍ଟ୍ର ପରସ୍ପରକୁ କ୍ଷେପଣାସ୍ତ୍ର କରିଛନ୍ତି।ସୂଚନାଯୋଗ୍ୟ, ଅପରେସନ ‘ରାଇଜିଂ ଲାୟନ’ ବ୍ୟାନରରେ ଇସ୍ରାଏଲ ଗତରାତିରୁ ତେହରାନ ସ୍ଥିତ ବିଶ୍ୱର ସର୍ବବୃହତ ଗ୍ୟାସ କ୍ଷେତ୍ର ଉପରେ ବଡ଼ ଧରଣର ଆକ୍ରମଣ କରିଛି । ଇରାନ ପାଇଁ ଏହି ଗ୍ୟାସ୍ କ୍ଷେତ୍ର ପ୍ରମୁଖ ଅର୍ଥନୈତିକ ଜୀବନରେଖା ଥିବା ବେଳେ ଏଥିପାଇଁ ଇରାନକୁ ଭୟାନକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଉଛି। ଇରାନର ରଣନୈତିକ ସମ୍ପତ୍ତିକୁ ଟାର୍ଗେଟ କରିବା ପାଇଁ ଇସ୍ରାଏଲର ଅଭିଯାନ ବ୍ୟାପକ ହୋଇଥିବାରୁ ଆଗକୁ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଭାରତୀୟମାନେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ସହ ଅନାବଶ୍ୟକ ଭ୍ରମଣ ନକରିବାକୁ କୁହାଯାଇଛି। ଦୂତାବାସ ସହ ଯୋଗାଯୋଗ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି ହୋଇଛି।
ଇରାନ କହିଛି ଯେ ତେହରାନରେ ଇସ୍ରାଏଲର ଏକ କ୍ଷେପଣାସ୍ତ୍ର ଏକ ଆବାସିକ ଉଚ୍ଚ କୋଠାକୁ ମାଡ଼ ହେବାପରେ ୨୯ ଜଣ ଶିଶୁଙ୍କ ସମେତ ଅତି କମରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି।
More Stories
ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇବ ପାକିସ୍ତାନ….
ଇରାନ ଉପରେ ବଡ଼ ନିଷ୍ପତ୍ତି ନେବ ଆମେରିକା ! ଜି-୭ ବୈଠକ ଅଧାରୁ ଚାଲିଗଲେ ଟ୍ରମ୍ପ….
ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ….