Report Card Odisha

| Daily Odia News

ଅସ୍ତ୍ରବିରତି ଘୋଷଣା କଲା ଇସ୍ରାଏଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ୧୧ ଦିନ ଧରି ଜାରି ରହିଥିବା ସଂଘର୍ଷରେ ବିରତି ପାଇଁ ରାଜି ହୋଇଛନ୍ତି ଦୁଇ ଦେଶ । ଶେଷରେ ଅସ୍ତ୍ରବିରତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ମନ୍ତ୍ରୀମଣ୍ଡଳ। ଇସ୍ରାଏଲ ସମୟ ଅନୁସାରେ ଶୁକ୍ରବାର ରାତି ୨ଟାରୁ ଏହି ଅସ୍ତ୍ରବିରତି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ହମାସର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସିଜଫାୟାର ଲାଗୁ ହୋଇଥିବା ସ୍ପଷ୍ଟ ହୋଇଛି । ପାଲେଷ୍ଟାଇନ ଉପରେ ଆକ୍ରମଣ ବନ୍ଦ କରିବାକୁ ବିଭିନ୍ନ ଦେଶ ପକ୍ଷରୁ ଚାପ ପକାଯାଉଥିଲା । ଇସ୍ରାଏଲର ଘନିଷ୍ଟ ସହଯୋଗୀ ଆମେରିକା ମଧ୍ୟ ଅସ୍ତ୍ରବିରତି କରିବାକୁ ପରାମର୍ଶ ଦେଇଥିଲା । ତେବେ ଅସ୍ତ୍ରବିରତି ନେଇ ଆମେରିକାର ପରାମର୍ଶକୁ ଏଡ଼ାଇ ଯାଇଥିଲା ଇସ୍ରାଏଲ । ୧୦ ଦିନ ପୂର୍ବରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ହମାସର ଆତଙ୍କବାଦୀ ସଂଗଠନ ଜେରୁଜେଲମ ଉପରେ ରକେଡ୍ ମାଡ଼ କରିଥିଲା। ଏହା ପୂର୍ବରୁ ଇସ୍ରାଏଲ ପୋଲିସ ଏବଂ ପାଲେଷ୍ଟାଇନର ପ୍ରଦର୍ଶନକାରୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏହା ପରେ ଇସ୍ରାଏଲ ହମାସକୁ ଟାର୍ଗେଟ କରି ଶତାଧିକ ସଂଖ୍ୟାରେ ମିଜାଇଲ ମାଡ଼ କରିଥିଲା। ଘଟିଥିବା ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ୨୨୭ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି। ୧୬ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନର ପ୍ରାୟ ୧୩୦ ଯବାନଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇସ୍ରାଏଲ । ହମାସର ଆକ୍ରମଣରେ ଇସ୍ରାଏଲର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରକେଟ୍ ଆକ୍ରମଣରେ ହମାସର ୧୮ଟି ହସ୍ପିଟାଲ ଓ କ୍ଲିନିକ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ମିଡିଆ ଖବର ଅନୁଯାୟୀ, ଆମେରିକା ପକ୍ଷରୁ ଚାପ ପଡ଼ିବା ପରେ ଇସ୍ରାଏଲ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ସଂଘର୍ଷବିରାମ ଘୋଷଣା କରି ନେତନ୍ୟାହୁ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ସେନା ପ୍ରମୁଖ ଏବଂ ଶୀର୍ଷ ସେନା ଅଧିକାରୀଙ୍କ ସୁପାରିଶ କ୍ରମେ ସଂଘର୍ଷ ବିରାମ ପ୍ରସ୍ତାବକୁ ସର୍ବ ସମ୍ମତି କ୍ରମେ ସ୍ୱୀକାର କରାଯାଇଛି। ତେବେ ଏହି ଅପରେଶନରୁ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ମିଳିଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ୬୫ ଶିଶୁ, ୩୯ ମହିଳାଙ୍କ ସମେତ ଅତି କମରେ ୨୩୦ ଜଣ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ଘଟିଛି। ୧୭୦ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲରେ ୫ ବର୍ଷର ବାଳକ ଏବଂ ୧୬ ବର୍ଷର ବାଳିକାଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

 

Breaking News