ରିପୋର୍ଟ କାର୍ଡ / ତେଲଅଭିଭ
ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୪୫ ଦିନରୁ ଅଧିକ ସମୟ ବିତିଗଲାଣି | ଏହି ଯୁଦ୍ଧ ଯୋଗୁଁ ମୃତକଙ୍କ ସଂଖ୍ୟା ୧୫୦୦୦ ଅତିକ୍ରମ କରିଛି | ତେବେ ଆଜି ଇସ୍ରାଏଲ୍ ଏବଂ ହମାସ୍ ଆଉ ଦୁଇ ଦିନ ଯୁଦ୍ଧବିରତି କରିବାକୁ ରାଜି ହୋଇଛନ୍ତି | ଏହାପୂର୍ବରୁ ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ ଚାରି ଦିନିଆ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା। ଯୁଦ୍ଧବିରତି ପାଇଁ କତର ଓ ଇଜିପ୍ଟ ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ ଯୁଦ୍ଧବିରତିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି | ମଙ୍ଗଳବାର ଏବଂ ବୁଧବାର ପର୍ଯ୍ୟନ୍ତ ଦୁଇ ଦିନିଆ ଯୁଦ୍ଧ ବିରତି ପରେ ହମାସ ୨୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ | ସେହିପରି ୬୦ରୁ ଅଧିକ ପାଲେଷ୍ଟାଇନ କଏଦୀଙ୍କୁ ମଧ୍ୟ ଇସ୍ରାଏଲ ଜେଲରୁ ମୁକ୍ତ କରାଯାଇପାରେ। ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଦୁଇ ଦିନିଆ ଯୁଦ୍ଧବିରତି ହେତୁ ହମାସ ଆଗାମୀ ଦୁଇ ଦିନ ପାଇଁ ପ୍ରତିଦିନ ୧୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ |






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……