ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ ସେନା ବିଶାଳ ସ୍ଥଳ ଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ନାଗରିକଙ୍କୁ ଗାଜା ଷ୍ଟ୍ରିପ୍ ଛାଡ଼ିବାପାଇଁ ୨୪ ଘଣ୍ଟାର ସମୟ ଦେଇଥିବା ଇସ୍ରାଏଲ ସେନା ଗାଜାରେ ଅନେକ ହମାସ୍ ପୋଷ୍ଟ୍ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଇଛି। ସ୍ଥଳ କ୍ଷେତ୍ରରେ ଲଢ଼େଇ ଆରମ୍ଭ ହେବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ୍କୁ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି, ଏବେ ପାଲଟା ଜବାବ ଦେବା ଆରମ୍ଭ ହେଲା। ଆମର ଶତ୍ରୁମାନେ ଏବେ ମୂଲ୍ୟ ଦେବା ଆରମ୍ଭ କଲେ। ଆଗକୁ କ’ଣ ହେବ ମୁଁ କହିପାରୁନି। କିନ୍ତୁ ମୁଁ ଗୋଟିଏ କଥା କହିବି ଯେ ଏହା ଆରମ୍ଭ ମାତ୍ର। ନେତାନ୍ୟାହୁ କହିଛନ୍ତି, ଆମେ କେବେ ବି କ୍ଷମା କରିବୁନି। ଶତ୍ରୁଙ୍କ ସହ ଲଢ଼େଇର କୌଣସି ସୀମା ରହିବନି । ଇସ୍ରାଏଲର ଶତ୍ରୁମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଏହି ପ୍ରକ୍ରିୟା ଆରମ୍ଭ ହେଲା ବୋଲି ନେତାନ୍ୟାହୁ କହିଛନ୍ତି।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..