Report Card Odisha

| Daily Odia News

ଜୁଲାଇରେ ଚନ୍ଦ୍ରୟାନ-୩ ଉତ୍‌କ୍ଷେପଣ ହେବ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ଉଚ୍ଚାଭିଳାଷୀ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରୟାନ-୩’ର ଉତ୍‌‌କ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୟୁଆର୍‌ ରାଓ ସାଟେଲାଇଟ୍ ସେଣ୍ଟରରେ ଏହି ମହାକାଶ ଯାନରେ ବୈଜ୍ଞାନିକ ଉପକରଣ ଖଞ୍ଜାଯିବାର ଅନ୍ତିମ ପ୍ରକ୍ରିୟା ଚାଲିଛି। ଚନ୍ଦ୍ରୟାନ-୩ ଚନ୍ଦ୍ରଲୋକରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ। ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ଅନୁଧ୍ୟାନ କରିବ। ତା’ର ପୃଷ୍ଠୀୟ ପରିବେଶ ଓ ପୃଷ୍ଠୀୟ ଗାଠନିକ ଉପାଦାନଗୁଡ଼ିକ ଉପରେ ମଧ୍ୟ‌ ବିଶ୍ଳେଷଣ କରିବ। ଆସନ୍ତା ଜୁଲାଇ ମାସରେ ଉକ୍ତ ମହାକାଶଯାନ ଉତ୍‌କ୍ଷେପଣ ହେବାର ଯୋଜନା ରହିଛି। ଏହା ଜୁଲାଇ ପ୍ରଥମ ବା ଦ୍ବିତୀୟ ସପ୍ତାହରେ ଉତ୍‌କ୍ଷେପଣ ହେବ ଏବଂ ତାରିଖ ଠିକ୍ କରାଯାଇ ନାହିଁ ବୋଲି ଇସ୍ରୋର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯିବ ବୋଲି ସେ କହିଛନ୍ତି।

Breaking News