Report Card Odisha

| Daily Odia News

ମାଇନ୍ସ କମ୍ପାନୀରେ IT ରେଡ୍‌…..

ରିପୋର୍ଟ କାର୍ଡ / କେନ୍ଦୁଝର

ମାଇନ୍ସ କମ୍ପାନୀରେ ବଡ଼ଧରଣର ଆୟକାର ରେଡ୍ କରାଯାଇଛି। ଏସ୍.ଏନ୍ ମହାନ୍ତି ଗ୍ରୁପର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡ଼ବିଲ ଓ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଏହି ରେଡ୍ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡିଛି। ବଡ଼ବିଲରେ ଥିବା କମ୍ପାନୀ ଅଫିସ, ଭୁବନେଶ୍ୱରରେ ଥିବା ଘର ଓ କର୍ପୋରେଟ ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନି। ୬ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ନଗଦ ଟଙ୍କା ଓ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିବା ସୂଚନା ରହିଛି।

Breaking News