ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍ଲିନ୍ ଫଣ୍ଡାଣ୍ଡିଜ୍ଙ୍କୁ ଅନ୍ତରୀଣ ଜାମିନ ମଳିଛି | ୫୦, ୦୦୦ ଟଙ୍କାର ବଣ୍ଡ୍ ବିନିମୟରେ ଦିଲ୍ଲୀର ପାଟିଆଲା ହାଉସ୍ ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି। ଓକିଲ ଭାବେ ଛଦ୍ମବେଶ ପକାଇଥିବା ଜାକ୍ଲିନ୍ ଧଳା ସାର୍ଟ ଓ କଳା ପ୍ୟାଣ୍ଟ୍ ପିନ୍ଧି ସମସ୍ତଙ୍କ ଅଲକ୍ଷ୍ୟରେ ଅଦାଲତ ଭିତରେ ପ୍ରବେଶ କରିଥିବା କଥା କୁହାଯାଉଛି। ତାଙ୍କୁ ଅନ୍ୟତମ ଅଭିଯୁକ୍ତ କହି ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ କୋର୍ଟ’ରେ ‘ସପ୍ଲିମେଣ୍ଟାରି ଚାର୍ଜସିଟ୍’ ଦାଖଲ କରିଥିଲା। ସେଥିପାଇଁ ଆଜି ହାଜର ହେବା ଲାଗି ଅଦାଲତ ଜାକ୍ଲିନ୍ଙ୍କୁ ଆଦେଶ ଦେଇଥିଲେ। ଏହି ମାମଲାରେ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ ହେବାରୁ ଜେରା ନିମନ୍ତେ ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସ ଜାକ୍ଲିନ୍ଙ୍କ ନିକଟକୁ ୨ ଥର ସମନ୍ ପଠାଇଥିଲା। ସୁକେଶ ତିହାର ଜେଲ୍ରେ ଥିବା ବେଳେ ଜାକ୍ଲିନ୍ ତାଙ୍କଠାରୁ କୋଟି କୋଟି ଟଙ୍କା ମୂଲ୍ୟ ଉପହାର ଗ୍ରହଣ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ସେ ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..