ରିପୋର୍ଟ କାର୍ଡ / କଟକ
ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା କଟକ ଏସ୍ସିବିରୁ ଡିସ୍ଚାର୍ଜ ହୋଇ ସୋମବାର ଜନ୍ମମାଟି ଫୁଲବାଣୀକୁ ଯାଇଛି। ୧୦୮ ଆମ୍ବୁଲାନ୍ସରେ ୨ଟି ମେଡିକାଲ ଟିମ୍ ସହ ସେ ଫୁଲବାଣୀ ଯାଇଛି। ଏସସିବିରୁ ଯାଇ ଫୁଲବାଣୀ ଜିଲ୍ଲା ହସ୍ପିଟାଲର ସ୍ବତନ୍ତ୍ର କ୍ୟାବିନରେ ରହିବ ଜଗା । କଟକ ଏସସିବିରୁ ନେବାକୁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ନୂଆଦିଲ୍ଲୀସ୍ଥିତ ଏମ୍ସରେ ଜଗା ବଳିଆଙ୍କର ଯୋଡ଼ାମୁଣ୍ଡରେ ଅପରେସନ କରାଯାଇ ପୃଥକ କରାଯାଇଥିଲା। ସେଠାରେ ଦୀର୍ଘଦିନର ରହଣି ପରେ ୨ ଭାଇଙ୍କୁ କଟକ ଏସସିବିକୁ ଅଣାଯାଇ ଚିକିତ୍ସା କରାଯାଉଥିଲା। ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ମୃତ୍ୟୁ ଘଟିଥିଲା। ଏସସିବିରେ ବର୍ଷେ ୭ମାସ ରହିବା ପରେ ଜଗା ଆଜି ଫୁଲବାଣୀ ଫେରିଛି।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ…..
୧୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ…..