Report Card Odisha

| Daily Odia News

ସନ୍ଦେହ କରି ପତ୍ନୀଙ୍କ ଗୁପ୍ତାଙ୍ଗକୁ ସିଲେଇ କଲେ ସ୍ୱାମୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସନ୍ଦେହ ପ୍ରାୟ ସମସ୍ତଙ୍କୁ ଚରମ ସୀମାରେ ପହଞ୍ଚାଇ ଦିଏ | ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାର ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ଅଜବକାଣ୍ଡ ରଚିଛନ୍ତି । ପତ୍ନୀ ଜଣଙ୍କ ତାଙ୍କୁ ଧୋକା ଦେଇ ପର ପୁର ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ନେଇ ବ୍ୟକ୍ତି ଜଣଙ୍କ ସନ୍ଦେହ କରିଥିଲେ। ଏଥିପାଇଁ ସେ ପତ୍ନୀଙ୍କ ଗୁପ୍ତାଙ୍ଗକୁ ଆଲୁମିନିୟମ ତାରରେ ସିଲେଇ କରିଦେଇଛନ୍ତି। ଏହି ଘଟଣାରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ରବିବାର ସନ୍ଧ୍ୟାରେ ମହିଳାଙ୍କୁ ଗୋଟିଏ ଆମ୍ବୁଲାନ୍ସରେ ହସ୍ପିଟାଲ ଅଣାଯିବା ପରେ ପୂରା ଘଟଣା ଉପରୁ ପରଦା ହଟିଛି। ସେ ଗାଡ଼ିରୁ ଓହ୍ଲାଇବା ପରେ ବହୁତ କଷ୍ଟରେ ତାଙ୍କ ମା’ ଓ ଆଉ ଜଣେ ମହିଳାଙ୍କ ସହାୟତାରେ ହସ୍ପିଟାଲକୁ ଯାଇଥିଲେ। ପୋଲିସ ସୂଚନା ଅନୁଯାୟୀ, ଏଭଳି ଅଘଟଣ କରି ପେଶାରେ ଡ୍ରାଇଭର ଥିବା ସ୍ୱାମୀ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମହିଳା ଜଣଙ୍କ ବହୁତ କଷ୍ଟରେ ତାଙ୍କ ମା’ଙ୍କୁ ଫୋନ କରି ସବୁ କଥା କହିଥିଲେ। ସେ ତୁରନ୍ତ ଆଉ ଜଣେ ମହିଳାଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚିଥିଲେ। ମହିଳାଙ୍କ ମା’ ପୋଲିସକୁ ଖବର ଦେବା ସହ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରି ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି। ଗିରଫ ପରେ ବ୍ୟକ୍ତି ଜଣଙ୍କ ଗୋଟିଏ ଭିଡିଓରେ କହିଛନ୍ତି ଯେ “ମୋ ପତ୍ନୀ ଗାଁର ବିଭିନ୍ନ ପୁରୁଷଙ୍କୁ ଭେଟୁଥିଲା ଓ ସେମାନଙ୍କ ସହ ସମ୍ପର୍କ ରଖୁଥିଲା। ମୁଁ ତା’କୁ ବାରମ୍ବାର କାହିଁକି ଏମିତି କରୁଛୁ ବୋଲି ପଚାରେ। ଏହା ଠିକ୍‌ ନୁହେଁ ବୋଲି ମଧ୍ୟ ତା’କୁ ବୁଝାଇଛି। ତା’ ଖୁସି ପାଇଁ ମୁଁ ସବୁକିଛି କରିଥିଲି। ହେଲେ ସେ ତା’ ପ୍ରକୃତି ଛାଡ଼ି ନଥିଲା। ତେଣୁ ମୁଁ ରାଗି ଯାଇ ଆଲୁମନିୟମ ତାରରେ ତା’ର ଗୁପ୍ତାଙ୍ଗକୁ ସିଲେଇ କରିଦେଇଥିଲି।”

Breaking News